ନଭେମ୍ୱରରେ ଖୋଲିବ ସ୍କୁଲ : ମନ୍ତ୍ରୀ କହିଲେ, ଡ୍ରାଫ୍ଟ ଷ୍ଟେଜରେ ଅଛି ଏସଓପି; ନବମରୁ ଯୁକ୍ତ ଦୁଇ ଯାଏଁ ହେବ ସବୁ କ୍ଲାସ୍

5,325

କନକ ବ୍ୟୁରୋ : ଚଳିତ ମାସରେ ହିଁ ଖୋଲିବ ସ୍କୁଲ । ସମସ୍ତ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।  ଚଳିତ ମାସରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ତେବେ କେଉଁ କେଉଁ କ୍ଲାସ ହେବ ସେ ନେଇ ସୂଚନା ଦେଇଛନ୍ତି ସମୀର ଦାଶ ।

ପୂଜା ଛୁଟି ପରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ । ସେମାନଙ୍କର ସମ୍ପୂର୍ଣ୍ଣ କ୍ଲାସ ହେବ । ସ୍କୁଲ ଛାଡିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ କ୍ଲାସ ବ୍ୟବସ୍ଥା କରାଯିବ । କରୋନାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ୩୦ପ୍ରତିଶତ ହ୍ରାସ କରାଯାଇଛି । ଆଗକୁ ପାଠ୍ୟକ୍ରମରେ ଆଉ ଅଧିକ ହ୍ରାସ ହେବନି ବୋଲି ଗଣଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ୭୦ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ଏ ନେଇ ବିଭାଗୀୟ ବୈଠକ ବସିଛି, ୫ଟି ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି ।