ଲୋକଙ୍କ ସହ ମିଶି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ : କହିଲେ, ଖାଦ୍ୟରେ କମିଛି ପରିବା ; ସ୍ୱଚ୍ଛତା ଉପରେ ଦେଲେ ଗୁରୁତ୍ୱ

Advertisment
ଲୋକଙ୍କ ସହ ମିଶି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ : କହିଲେ, ଖାଦ୍ୟରେ କମିଛି ପରିବା ; ସ୍ୱଚ୍ଛତା ଉପରେ ଦେଲେ ଗୁରୁତ୍ୱ

କନକ ବ୍ୟୁରୋ: ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଖାଦ୍ୟରେ ପରିବା କମିଥିବା କଥା ସ୍ୱୀକାର କଲେ ମନ୍ତ୍ରୀ। ଖାଦ୍ୟ ଥାଳିରେ କ’ଣ ଅଧିକ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି। ସ୍ୱଚ୍ଛ ଓ ଖୋଲା ପରିବେଶରେ ଖାଦ୍ୟ ପରସିବା ସହ, ସେବା ମନବୃତ୍ତି ରଖି ଏସଏଚଜି ମହିଳାମାନେ ଖାଦ୍ୟ ପରସିବାକୁ ମନ୍ତ୍ରୀ କହିଛନ୍ତି ।

ତେବେ ଆହାର କେନ୍ଦ୍ର ମୁଖ୍ୟତଃ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ହୋଇଛି ଏହା ଚାଲୁରହିବ। ଆହାର କେନ୍ଦ୍ରର ନାମ ପରିବର୍ତ୍ତନ କଥା ଆବଶ୍ୟକ ହେଲେ ଆଲୋଚନା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe