ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କହିଲେ ମନ୍ତ୍ରୀ : ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ସମୀର ଦାଶ

୨୦୨୧ ମାଟ୍ରିକ୍ ପରୀକ୍ଷା ପାଇଁ ଆଗାମୀ ୯ ତାରିଖରୁ ଫର୍ମ ପୂରଣ ପାଇଁ ଆସିଥିଲା ବିଜ୍ଞପ୍ତି

464

କନକ ବ୍ୟୁରୋ : ପ୍ରତ୍ୟାହାର ହେବ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି । ଏଥିପାଇଁ ମଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ୨୦୨୧ ମାଟ୍ରିକ୍ ପରୀକ୍ଷା ପାଇଁ ଆଗାମୀ ୯ ତାରିଖରୁ ଫର୍ମ ପୂରଣ କରିବାକୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । କରୋନା କାଳରେ ଚଳିତ ବର୍ଷ ଦିନଟିଏ ବି ସ୍କୁଲ ଖୋଲିନଥିବା ବେଳେ, ଏପରି ବିଚିତ୍ର ନିୟମକୁ ନେଇ ଚାରିଆଡୁ ଉଠିଥିଲା ସମାଲୋଚନା ।

ଏପରିକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ , ଓଷ୍ଟା ମଧ୍ୟ ଏହାର ବିରୋଧ କରିଥିଲା । ଏସବୁ ଭିତରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଏହି ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି ।