କନକ ବ୍ୟୁରୋ : କେବେ କାହାର କେଉଁ ମୁହୁର୍ତ୍ତରେ ଭାଗ୍ୟ ବଦଳିଯିବ କିଏ ବା କହିବ... ଜୀବନର ଅଧା ବୟସ ବିତିଯିବା ପରେ ବି କିଏ କେବେ ଅଚାନକ ମାଲାମାଲ ହୋଇଯିବ ତାହା ବି କେହି କେବେ ସ୍ୱପ୍ନରେ ଭାବିନଥିବେ । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ଭାଗ୍ୟ ନିମିଷକେ ପରିବର୍ତ୍ତନ ହୋଇଯାଇଛି । ଦିନମଜୁଆରୁ ସେ ପାଲଟିଯାଇଛନ୍ତି କୋଟିପତି ।
ହୀରା ନଗରୀ ନାମରେ ପରିଚିତ ମଧ୍ୟପ୍ରଦେଶରେ ପନ୍ନା ଜିଲ୍ଲାର ପ୍ରତାପ ସିଂ ଯାଦବ । ପ୍ରତାପ ଜଣେ ଶ୍ରମୀକ, ଦିନ ମଜୁରିଆ ଭାବରେ କାମ କରନ୍ତି । ଯେଉଁଠି କାମ ମିଳେ ସେଠାରେ କାମ କରି ଦୁଇ ପଇସା ରୋଜଗାର କରନ୍ତି ଏବଂ ଘର ଚଳାନ୍ତି । କିନ୍ତୁ ଗତ ବୁଧବାର ଦିନ କୃଷ୍ଣ କଲ୍ୟାଣପୁର ଉଥଲି ଖଣିରେ କାମ କରୁଥିଲା ପ୍ରତାରଙ୍କ ହାତରେ ଏପରି ଏକ ଜିନିଷ ଲାଗିଛି, ଯାହା ତାଙ୍କ ଭାଗ୍ୟକୁ ବଦଳାଇଦେଇଛି ।
ଖଣିରେ କାମ କରୁଥିବା ସମୟରେ ପ୍ରତାପଙ୍କ ହାତରେ ଲାଗିଛି ଏକ ଉଜ୍ୱଳ କିସମର ୧୧.୮୮ କ୍ୟାରେଟର ହୀରା । ଏହାର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ତେବେ ସେ କିଛି ଦିନ ତଳେ କୃଷ୍ଣ କଲ୍ୟାଣପୁରରେ ଖଣି ଖୋଳିବା ପାଇଁ ଅନୁମତି ପାଇଥିଲେ । ପ୍ରଚଣ୍ଡ ଖରାକୁ ଖାତିର ନକରି ସେ ହୀରା ଖୋଜୁଥିଲେ । ପରିଶେଷରେ ବୁଧବାର ତାଙ୍କ ଭାଗ୍ୟ ଖୋଲିଯାଇଥିଲା । ସେ ଖଣୀରୁ ପାଇଥିବା ହୀରାକୁ ପନ୍ନା ଜିଲ୍ଲା ମୁଖ୍ୟାଳୟରେ ଜମା କରିଛନ୍ତି । ପରେ ପ୍ରଶାସନ ହୀରାକୁ ନିଲାମ କରିବ । ଏଥିରୁ ମିଳିବାକୁ ଥିବା ଅର୍ଥର ଲାଭାଶଂ ବାବଦକୁ ପ୍ରଶାସନ ୧୨ ପ୍ରତିଶତ ରଖିବ ଏବଂ ୧ ପ୍ରତିଶତ ଟିକସ କଟିବ । ବାକି ଅର୍ଥକୁ ପ୍ରତାପ ସିଂହଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯିବ
ଗୋଟିଏ ମୁହୁର୍ତ୍ତରେ ବଦଳିଗଲା ଭାଗ୍ୟ । ଶ୍ରମିକରୁ ପାଲଟିଲେ ଲକ୍ଷପତି
Advertisment
Follow Us