କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ଗଣିତ ସାର । ଘରୋଇ କଲେଜର ଅଧ୍ୟାପକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଛି । ତାଙ୍କର ମୋଟ ସଂପତି ହେଉଛି ୨ କୋଟି ୧୯ ଲକ୍ଷ । ଆୟ ବର୍ହିଭୁତ ସଂପତି ହେଉଛି ୧ କୋଟି ୮୮ ଲକ୍ଷ ଟଙ୍କା, ଯାହା ହେଉଛି ୨୫୪ ପ୍ରତିଶତ ଅଧିକ ।
ଆୟ ବହିଭୂତ ସଂପତି ଠୁଳ ଅଭିଯୋଗରେ ଗତକାଲି ପ୍ରଶାନ୍ତ ମିଶ୍ରଙ୍କ ଭୁବନେଶ୍ୱର ସମେତ ୪ଟି ଜାଗାରେ ହୋଇଥିଲା ରେଡ୍ । ଖାତା ଦେଖା ନାଁରେ ଓ ଆଡ଼ମିସନ ପାଇଁ ଟଙ୍କା ନେଉଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଆଜି ଗଣିତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/33-18.jpg)