କନକ ବ୍ୟୁରୋ : ୧୦ ଲକ୍ଷ ଟପିଲା ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ କରେନା ଆରମ୍ଭ ହେବା ଦିନ ଠାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ଏଥିରେ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୁଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ କରୋନା ସୁସ୍ଥହାର ଏକ ମାଇଲଖୁଂଟ ପାର କରିଛି ବୋଲି ଟୁଇଟ କରି କହିଛି ସ୍ୱାସ୍ଥ୍ୟ ବିଭାଗ । ଗତକାଲି ୬୮୯ ଜଣ ସୁସ୍ଥ ହୋଇଥିବା ବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୫୪୮ରେ ପହଂଚିଛି ।
Happy to share that today we have reached the milestone of recovery of over 10 lakh #COVID19 patients!
Due to the dedication of our Healthcare Workers, Odisha continues to maintain one of the highest recovery rates in the country! #OdishaCares@CMO_Odisha
— H & FW Dept Odisha (@HFWOdisha) September 11, 2021
ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ରହିଛି । ଏବେ ରାଜ୍ୟରେ ୭ହଜାର ୨୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିକିତ୍ସତ ହେଉଥିବା ବେଳେ କନ୍ଧମାଳରୁ ସର୍ବନିମ୍ନ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା ଲଗାତର ଭାବେ ଶହେ ଉପରେ ରହୁଛି । ୨୪ଘଂଟାରେ ରାଜ୍ୟରେ ୬୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ଭିତରେ ୧୧୬ ପିଲାଙ୍କୁ କରୋନା ହୋଇଛି । ପିଲାଙ୍କ ପାଇଁ କୌଣସି ଟିକା ଆସିନଥିବା ବେଳେ ସାମ୍ଭବ୍ୟ ତୃତୀୟ ଲହରକୁ ପିଲାଙ୍କ ପାଇଁ ବିପଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।