କନକ ବ୍ୟୁରୋ: ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ପଦ୍ଧତି ଚୂଡାନ୍ତ ହେଲା । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ୩ଟି ଅଭ୍ୟାସ ପରୀକ୍ଷାର ଫଳରୁ ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ ।
ଦଶମ ଅଭ୍ୟାସ ପରୀକ୍ଷା ଦେଇନଥିଲେ, ନବମ ପରୀକ୍ଷା ଫଳକୁ ୧୦୦ ପ୍ରତିଶତ ଗୁରୁତ୍ୱ ଦିଆଯିବ । ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିଲେ ନବମ ପରୀକ୍ଷା ଫଳକୁ ୭୦ ପ୍ରତିଶତ ୱେଟେଜ ଦିଆଯିବ । ଏହାସହ ଜୁନ ୩୦ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/599eee86-9fed-4727-9281-3c13d93f579f.jpg)