ପବନ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ଅତିପ୍ରବଳ ବର୍ଷା ଆଶଙ୍କା
କନକ ବ୍ୟୁରୋ: ବାତ୍ୟା ୟସର ପ୍ରଭାବରେ ଉତର ଓଡିଶା ଓ ଉପକୂଳ ଓଡିଶାର ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।ଆଗାମୀ ଦୁଇଦିନ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର. କେନ୍ଦ୍ରାପଡା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବାତ୍ୟା ୟାଶ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସମୁଦ୍ର ମଧ୍ୟରେ ଥିବା ସାମୁଦ୍ରିକ ଝଡ଼ ବା ବାତ୍ୟା ଆଗକୁ ଅତି ଭୀଷଣ ବାତ୍ୟାର ରୂପ ନେବ । ଆଉ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୫ ଓ ୨୬ ତାରିଖରେ ଉପକୂଳବର୍ତୀ ଓ ଉତର ଓଡିଶାର ଜିଲ୍ଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୨୫ ତାରିଖରେ ଗଞ୍ଜାମ, ଢେଙ୍କାନାଳ ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବ । ସେହିଭଳି ଉପକୂଳବର୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବାତ୍ୟା ୟସ ୨୬ ତାରିଖରେ ଲ୍ୟାଣ୍ଡଫଲ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ରାଜ୍ୟର ପୂର୍ବ ଓ ଉତର ଓଡିଶାରେ ଧୀରେ ଧୀରେ ବର୍ଷାର ପରିମାଣ ବଢିବ । ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବ । ସେହିଭଳି ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ର. ଢେଙ୍କନାଳ, କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୟାସର ଲ୍ୟାଣ୍ଡଫଲ ପରେ ୨୭ ତାରିଖ ଆଡକୁ ଉପକୂଳ ଓ ଉତର ଓଡିଶାରେ ବର୍ଷାର ପରିମାଣ କମିଯିବ ।