କନକ ବ୍ୟୁରୋ : ଆଗାମୀ ତିନିଦିନ ଧରି ରାଜ୍ୟର ଅନେକ ଜିଲ୍ଳାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କୁହୁଡ଼ି ରିପୋର୍ଟକୁ ଦେଖି ରାଜ୍ୟର ଜିଲ୍ଲାଗୁଡ଼ିକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆର୍ସି) ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ରିପୋର୍ଟ ଅନୁଯାୟୀ, ଜାନୁଆରି ୪ତାରିଖ ସକାଳୁ ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁସକାଳୁ ଘନ କୁହୁଡ଼ି ପଡ଼ିବ। ସେହିପରି ଜାନୁଆରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ ଓ ଜାନୁଆରି ୬ ତାରିଖରେ ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ ସକାଳସକାଳୁ ଘନ କୁହୁଡି ହୋଇପାରେ।
କୁହୁଡ଼ି ପଡ଼ୁଥିବା ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ। କୁହୁଡି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ପୁଲିସ ଓ ପରିବହନ କର୍ୟ୍ୟାଳୟଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/Untitled-2.jpg)