ଋଣ ଟଙ୍କା ସୁଝିବା ଲାଗି ନିଜର ହତ୍ୟା ପାଇଁ ସୁପାରୀ ଦେଲେ ବେପାରୀ । ଜାଣନ୍ତୁ କେଉଁଠି ଘଟିଛି ଏପରି ଘଟଣା !

683

କନକ ବ୍ୟୁରୋ : ଆର୍ଥିକ ସଂକଟ ମଣିଷକୁ ଅନେକ କିଛି କରିବାକୁ ବାଧ୍ୟ କରିଦିଏ । ପାଖରେ ଟଙ୍କା ନଥିଲେ ମଣିଷକୁ ଅବସାଦ ବେଳେ ବେଳେ ଗ୍ରାସ କରିଦିଏ । ପରିସ୍ଥିତିରେ ପଡି ମଣିଷ ବହୁତ କିଛି ଚିନ୍ତା କରେ, କେବଳ ଯେ, ଚିନ୍ତା କରେ ତାହା ନୁହେଁ ବରଂ ଅନେକ କିଛି କରିବସେ ।ଟଙ୍କା ଅଭାବରୁ ଜଣେ ବ୍ୟବସାୟୀ ନିଜର ହତ୍ୟା ଯୋଜନା ଘଟଣା ସାମ୍ନାକୁ ଆସିଛି । ନିଜ ହତ୍ୟା ପାଇଁ ସୁପାରୀ କିଲରକୁ ସୁପାରୀ ଦେଇଥିବା ଜଣାଯାଇଛି । ତାଙ୍କର ମୃତ୍ୟୁ ପରେ ପରିବାରକୁ ମୋଟା ଅଙ୍କର ଟଙ୍କା ମିଳିବ ଓ ତାଙ୍କର ଋଣ ସବୁ ସୁଝିଯିବ ବୋଲି ଭାବି ବ୍ୟବସାୟୀ ଜଣକ ଜାଣିଶୁଣି ନିଜର ହତ୍ୟା କରାଇଲେ । କିନ୍ତୁ ହତ୍ୟା ପରେ ସେ ଭାବିଥିବା ପରି କୌଣସି ଘଟଣା ଘଟିଲା ନାହିଁ ।

ନିଜର ହତ୍ୟା ପାଇଁ ବ୍ୟବସାୟୀ ଜଣକ ସୁପାରୀ କିଲରକୁ କେତେ ଟଙ୍କା କେତେ ଟଙ୍କା ଦେଇଥିଲେ?ତାହାର ତଦନ୍ତ ଚାଲିଛି, କିନ୍ତୁ ସେନେଇ କୌଣସି ସ୍ପଷ୍ଟ ସୂଚନା ପୋଲିସର ହସ୍ତଗତ ହୋଇନାହିଁ ।

ବ୍ୟୟସାୟୀ ଜଣଙ୍କୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଶବ ଉଦ୍ଧାର ସମୟରେ ମୃତ ବ୍ୟବସାୟୀଙ୍କ ହାତ ବନ୍ଧାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ମୃତ ବ୍ୟକ୍ତି ନିଜର ସ୍ତ୍ରୀ ୨ ପିଲାଙ୍କ ସହ ଘର ଭଡାରେ ରହିଥିଲେ । ବ୍ୟବସାୟ ମଧ୍ୟ ଭଲରେ ଚାଲୁଥିଲା । କିନ୍ତୁ ହଠାତ ବ୍ୟବସାୟୀ ଜଣକ କେଉଁ ଆଡେ ପଳାଇଥିଲେ । ପରିଜନ ସଦସ୍ୟ ବହୁ ଖୋଜାଖୋଜି ପରେ ପୋଲିସର ସାହାଯ୍ୟ ନେଇଥିଲେ । ପରେ ପୋଲିସ ଶବ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ତେବେ ଏହାରି ମଧ୍ୟରେ ହତ୍ୟାକାରୀ ମଧ୍ୟ ନିଜ ଦୋଷ ଶିକାର କରିସାରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବ୍ୟବସାୟୀ ଜଣକ ନିଜ ହତ୍ୟା ସମ୍ପର୍କରେ ଜଣେ ନାବାଳକ ସହ ଲଗାତାର ଆଲୋଚନା କରୁଥିଲେ । ପରେ ନାବାଳକ ଜଣକ ଅନ୍ୟ ୨ ହତ୍ୟାକାରୀଙ୍କ ସହ ମିଶି ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ ।

ତେବେ ବ୍ୟବସାୟୀ ଜଣକ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା ଋଣ କରିଥିଲେ । ନିକଟ ଅତିତରେ ୬ ଲକ୍ଷ ଟଙ୍କା ଋଣ ନେଇଥିବା ମଧ୍ୟ ସୂଚନା ମିଳୁଛି । ଏହାସହ ଅନଲାଇନ ଠକେଇର ସେ ଶିକାର ମଧ୍ୟ ହୋଇଥିଲେ । ନିଜର ମୃତ୍ୟୁ ପରେ ମିଳିବାକୁ ଥିବା ସମସ୍ତ ଟଙ୍କା ତାଙ୍କର ସୁଝିଯିବ ବୋଲି ଚିନ୍ତା କରି ଏପରି ପଦକ୍ଷେପ ନେଇଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ୍