କନକ ବ୍ୟୁରୋ: ବ୍ରହ୍ମପୁର ବଡ଼ ମେଡିକାଲରେ ଚାଲିଛି ପୋଲିସମାନଙ୍କର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା । ବ୍ରହ୍ମପୁର ଜିଲ୍ଲା ପୋଲିସର ୫ଶହରୁ ଅଧିକ କର୍ମଚାରୀ ଓ ଅଧିକାରୀଙ୍କ ମାନସିକ ଅବସ୍ଥାର ଯାଞ୍ଚ କରୁଛନ୍ତି ଡାକ୍ତରୀ ଦଳ । ନବଦାସଙ୍କ ମୃତ୍ୟୁ ପରେ ତତ୍ପର ହୋଇଛି ପୋଲିସ । ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶରେ ୪୦ ବର୍ଷରୁ ଅଧିକ ସମସ୍ତ ପୋଲିସଙ୍କ ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ ଚାଲିଛି । ୨୦ ଦିନ ହେଲାଣି ଏହି ଯାଞ୍ଚ ଚାଲିଥିବା ବେଳେ ବର୍ତମାନ ସୁଦ୍ଧା ୩ଶହ ପୋଲିସଙ୍କ ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ ଚାଲିଛି । ଏମକେସିଜି ସୁପରିଂଟେଣ୍ଡଣ୍ଟ ସୁଚିତ୍ରା ଦାସଙ୍କ ତତ୍ୱାବଧାନରେ ଚାଲିଛି ଚିକିତ୍ସା । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ତେଣୁ ସମସ୍ତ ପୋଲିସ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଭଳିି ଆଗୁଆ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ଏସପି ।

Advertisment

ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ : ପୋଲିସ କର୍ମଚାରୀଙ୍କୁ ପ୍ରଶ୍ନ

  • ତୁମକୁ ପାଗଳ ଭଳି ଲାଗୁଛି କି?
  • ଚିଡ଼ଚିଡ଼ା ଲାଗୁଛି କି?
  • ବେଳେବେଳେ ମନକୁ ରାଗ ଆସୁଛି କି?
  • ଆପଣଙ୍କ ମାନସିକ ଅବସ୍ଥା କେମିତି ଅଛି?