ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ । ପାରାଦୀପ ପେଲେଟ୍ ପ୍ଲାଣ୍ଟ ର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବ୍‌ରେ ପୁଞ୍ଜି ନିବେଶକୁ ଗୁରୁତ୍ୱ

Advertisment
ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ । ପାରାଦୀପ ପେଲେଟ୍ ପ୍ଲାଣ୍ଟ ର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବ୍‌ରେ ପୁଞ୍ଜି ନିବେଶକୁ ଗୁରୁତ୍ୱ

କନକ ବ୍ୟୁରୋ : ଆର୍ସେଲର ମିତଲ ଓ ନିପନ ଷ୍ଟିଲ କମ୍ପାନୀର ବରିଷ୍ଠ ଅଧିକାରୀ ଓ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବ୍ ରେ ପୁଞ୍ଜି ନିବେଶ କରିବାକୁ ଆର୍ସେଲ ମିତଲ ଓ ନିପନ ଷ୍ଟିଲ (ଏମ୍‌ଏନ୍‌ଏସ୍‌) କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି କି ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଭଳି ଯୌଥ ଉଦ୍ୟୋଗ ପୂର୍ବ ଭାରତରେ ନିଜର କ୍ଷମତା ସଂପ୍ରସାରଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବଦୋୟ ମିଶନରେ ଗୂୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଓଡିଶାରେ ବାର୍ଷିକ ଅତିରିକ୍ତ ୧୨ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ ଯୋଜନାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଓଡିଶାର ଶିଳ୍ପାୟନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ ।

ସେହିପରି ପାରାଦୀପ ପ୍ଲାଣ୍ଟର କ୍ଷମତା ବୃଦ୍ଧି ହେଲେ ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଦେଶରେ ଲକ୍ଷ୍ୟ ରଖିଥିବା ବାର୍ଷିକ ୩୦ ମିଲିୟନ ଟନ୍ ର ଇସ୍ପାତ ଉତ୍ପାଦନ କ୍ଷମତାକୁ ହାସଲ କରିପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ସମନ୍ୱିତ ଇସ୍ପାତ ପେଣ୍ଠସ୍ଥଳି କଳିଙ୍ଗନଗରରେ ସ୍ଥାପନ ହେବାକୁ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲକୁ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ । ଏହାସହ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା, ପ୍ରତିଯୋଗିତାମୂଳକ, ଉନ୍ନତମାନର ଇସ୍ପାତ, କ୍ୟାପିଟାଲ ଗୁଡ ଏବଂ ଭାରତରେ ବିଶ୍ୱମାନର ଇସ୍ପାତ ବ୍ୟବହାରକୁ ବଢାଇବା ଦିଗରେ ଦୃଷ୍ଟି ଦେବା ସହ ଭାରତୀୟ ଇସ୍ପାତ ଅଧିକ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଉଲ୍ଲେଖନୀୟ ଯେ, ଏହି ବୈଠକରେ ଆର୍ସେଲର ମିତଲ କମ୍ପାନୀର ଅଧିକାରୀ ଓ ନିପନ ଷ୍ଟିଲ ଇଣ୍ଡିଆର ଅଧିକାରୀ ମାନେ ଯୋଗ ଦେଇ ଭବିଷ୍ୟତର ରୋଡ ମ୍ୟାପ୍‌, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ରାଷ୍ଟ୍ରୀୟ ଇସ୍ପାତ ନୀତିରେ ଲକ୍ଷ୍ୟ ରଖାଯାଇଥିବା ୩୦୦ ମିଲିୟନ ଟନ୍ ର ଇସ୍ପାତ ଉତ୍ପାଦନ ଏବଂ ଏଥିରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଇଣ୍ଡିଆ ଦ୍ୱାରା କଳ୍ପନା କରାଯାଇଥିବା ୩୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ଉପରେ ଆଲୋଚନା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe