କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗ ନେଇ ଆଜି ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଏଥିରେ ପ୍ରମୁଖ ପ୍ରସଙ୍ଗ ରହିବ । କାରଣ ଆସନ୍ତା ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । ତ୍ରିଦିବସାତ୍ମକ ପୂଜାର୍ଚ୍ଚନା ସହ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।

Kanak News is now on WhatsApp
Join and get latest news updates delivered to you via WhatsApp
୨୦୨୧ ନଭେମ୍ବର ୨୪ରେ ଯେଉଁଭଳି ଭାବରେ ଭବ୍ୟ ସମାରୋହରେ ଶିଳାନ୍ୟାସ ହୋଇଥିଲା ସେହିପରି ଭବ୍ୟ ସମାରୋହରେ ହେବ ପ୍ରତିଷ୍ଠା ଉତ୍ସବ । ଜାନୁଆରୀ ୧୨ ତାରିଖରୁ ଅଙ୍କୁରାରୋପଣ ପରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପଠନ ସହ ୧୫ ତାରିଖରୁ ହେବ ପ୍ରତିଷ୍ଠା ପାଇଁ ଯଜ୍ଞ ଉତ୍ସବ । ନୃସିଂହ ମନ୍ତ୍ରରେ ପ୍ରକମ୍ପିତ ହେବ ସିଂହଦ୍ୱାର । ନଭେମ୍ବର ୨୪,୨୦୨୧ ରେ ଗଜପତି ନିଜେ ଯଜମାନ ଭାବରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଯଜ୍ଞର ପୂର୍ଣାହୁତି ଦେବେ ଗଜପତି ମହାରାଜ ଏବଂ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏନେଇ ବିଶେଷ ଭାବେ ଆଲୋଚନା ହେବାର ରହିଛି ।