କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଛି । ବିଧାନସଭା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ବିରୋଧୀ ଯେଉଁ ପ୍ରସଙ୍ଗ ନେଇ ଆସିବେ ତାକୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ତେବେ ବିକାଶ ଦଳର ପ୍ରମୁଖ ମୁଦ୍ଦା ହେବ ଏବଂ ଯାହା ପ୍ରଶ୍ନ ଆସିବ ସବୁର ଉତର ଦିଆଯିବ ବୋଲି କହିଛନ୍ତି ।

Advertisment

ବିଧାନସଭାରେ ବିରୋଧୀଙ୍କ କଣ ରହିବ ରଣନୀତି । ଏଥିପାଇଁ ବସିଛି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବୈଠକ ବସିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ସମସ୍ତ ବିଧାୟକ ବୈଠକରେ ଯୋଗ ଦେଇଛନ୍ତି । ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଦଳର ରଣନୀତି ନେଇ ହୋଇଛି ଆଲୋଚନା । କେଉଁ ସବୁ ପ୍ରସଙ୍ଗକୁ ଦଳ ମୁଦ୍ଦା କରିବ ସେ ନେଇ ଗୁରୁମନ୍ତ୍ର ଦେବେ ସଭାପତି ।