କନକ ବ୍ୟୁରୋ: ନିର୍ବାଚନୀ ଇସ୍ତାହାରରେ କ’ଣ ପ୍ରତିଶ୍ରୁତି ଦେବ ବିଜେଡି । ଆଜି ଶଙ୍ଖ ଭବନରେ ବସିଛି ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକ । ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି । ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ସହ ମୋଟ୍ ୭ ଜଣ ସହ ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଛି । ଏହି କମିଟିର ପରାମର୍ଶ ଆଧାରରେ ଇସ୍ତାହାର ପ୍ରସ୍ତୁତ କରାଯିବ । ନିର୍ବାଚନ ପାଇଁ ବିଜେଡି ଇସ୍ତାହାର ଆଣିବା ପୂର୍ବରୁ ଆଜି ପ୍ରଥମ ବୈଠକରେ ଆଲୋଚନା କରାଯାଇଛି ।