ତୁଟୁନି ଖରସ୍ରୋତା ପ୍ରକଳ୍ପ ବିବାଦ । ଆଜି ବିଫଳ ହେଲା ପ୍ରଶାସନ ଓ ଖରସ୍ରୋତା ସଂଗ୍ରାମ ସମିତି ବୈଠକ । ବ୍ୟାରେଜ ଦାବିରେ ଅଟଳ ସଂଗ୍ରାମ ସମିତି ।

100

କନକ ବ୍ୟୁରୋ: ଖରସ୍ରୋତା ନଦୀ ବିବାଦ ନେଇ ପ୍ରଶାସନ ଓ ଖରସ୍ରୋତା ସଂଗ୍ରାମ ସମିତିର ବୈଠକ ବିଫଳ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଖରସ୍ରୋତା ନଦୀର ଭାରିଗଡା ଠାରେ ୮୯୨କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପରେ ଭଦ୍ରକ ଚାନ୍ଦବାଲିକୁ ପାଣିକୁ ଦିଆଯିବାକୁ ବିରୋଧ କରିଛି ଖରସ୍ରୋତା ସଂଗ୍ରାମ ସମିତି । ଏହାକୁ ନେଇ ପ୍ରକଳ୍ପ ସ୍ଥାନରେ ପ୍ରତିବାଦ ଓ ଭଙ୍ଗାରୁଜା ମଧ୍ୟ ହୋଇଥିଲା । ଏବେ ବି ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଶାସନ ଓ ଖରସ୍ରୋତା ସଂଗ୍ରାମ ସମିତି ମଧ୍ୟରେ ଆଜି ଆଲୋଚନା ହୋଇଛି । କିନ୍ତୁ ବ୍ୟାରେଜ ନିର୍ମାଣ କରାନଗଲେ ପ୍ରକଳ୍ପକୁ ବିରୋଧ ଜାରି ରହିବ ବୋଲି ଖରସ୍ରୋତା ସଂଗ୍ରାମ ସମିତି କହିଛି । ହେଲେ ପ୍ରଶାସନ ବ୍ୟାରେଜ ନିର୍ମାଣ ପାଇଁ ସମ୍ମତି ଦେଇନପାରିବାରୁ ବୈଠକ ବିଫଳ ହୋଇଛି । ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ନେତା ମାନେ କହିଛନ୍ତି ।