କନକ ବ୍ୟୁରୋ: ଫିଲ୍ମର କାହାଣୀ ବାସ୍ତବ ଜୀବନରେ କେମିତି ପ୍ରଭାବିତ କରେ, ତାର ଉଦାହରଣ ଦେଖିବାକୁ ମିଳିଛି । ରୋଗୀଙ୍କ ପାଖରେ ପହଞ୍ଚିବା ପାଇଁ ଡାକ୍ତର ଓ ତାଙ୍କ ଟିମ୍ କରୁଥିବା ଏହି ଉଦ୍ୟମର ଚିତ୍ର ସାମ୍ନାକୁ ଆସିଛି । ଏହି ଦୃଶ୍ୟ ଦେଖିବା ପରେ ଆପଣ ଛାଏଁ ଦମନ୍ କାହାଣୀର ଦୃଶ୍ୟ ମନକୁ ଚାଲି ଆସୁଛି ।

Advertisment

ଢେଙ୍କାନାଳର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତରଙ୍କ ସଂଘର୍ଷ । ପାହାଡ ଚଢି, ନଈ ପାରି ହୋଇ ସରୁ ପାଦଚଲା ରାସ୍ତାରେ ପ୍ରାୟ ଦୁଇ କିଲୋମିଟର ଚାଲିବା ପରେ କାମାକ୍ଷନଗର ବ୍ଲକର ଅପହଞ୍ଚ ଇଲାକା ଗୁଣ୍ଡିଚାନାଳୀରେ ପହଂଚିଥିଲେ ଡାକ୍ତରୀ ଟିମ୍ । ଗାଁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରି ଡାକ୍ତର ଔଷଧ ଦେଇଛନ୍ତି । ଆଉ ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ପାଇବା ପରେ ଗାଁ ଲୋକଙ୍କ ମୁହଁରେ ହସଫୁଟିଛି ।

ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ଶିବିର ‘ଦମନ’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଚିକିତ୍ସା କରିଛନ୍ତି ଡାକ୍ତର ଓ ତାଙ୍କ ଟିମ୍ । ଅଁଳାବେରଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ ଗୁଣ୍ଡିଚାନାଳୀରେ ମ୍ୟାଲେରିଆ ଔଷଧ ଦେଇଥିଲେ । ଲୋକଙ୍କୁ ପରୀକ୍ଷା କରି ରୋଗୀଙ୍କୁ ଔଷଧ ଦେଇଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ରୋଗୀଙ୍କୁ ମେଡିକାଲକୁ ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଡାକ୍ତର ।
ଓଡିଆ ଚଳଚ୍ଚିତ୍ର ଦମନକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଆଉ ଏପରି ସମୟରେ ଢେଙ୍କାନାଳର ଦୁର୍ଗମ ଅଞ୍ଚଳରେ ମେଡିକାଲ ଟିମ୍ ପାହଡ, ନଈ ଡେଇଁ ଗାଁ ଲୋକଙ୍କୁ ଚିକିତ୍ସା କରିବା ଚର୍ଚ୍ଚା ସୃଷ୍ଟି କରିଛି।