ନବଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ, ଜାଣନ୍ତୁ କେମିତି ରହିଛି ଭୁବନେଶ୍ୱରରେ ପ୍ରସ୍ତୁତି

ନବଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ, ଜାଣନ୍ତୁ କେମିତି ରହିଛି ଭୁବନେଶ୍ୱରରେ ପ୍ରସ୍ତୁତି

କନକ ବ୍ୟୁରୋ: ଗୁଳିମାଡ ପରେ ଭୁବନେଶ୍ୱର ଏୟାରଲିଫ୍ଟ ହୋଇଛନ୍ତି ମନ୍ତ୍ରୀ ନବ ଦାସ । ରାଜଧାନୀରେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆପୋଲୋ ହସପିଟାଲ ଅଣାଯିବ । ପ୍ରଥମେ ୪ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ । ସବୁ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେ ପହଞ୍ଚିବା ପରେ ତାଙ୍କୁ କେଉଁଭଳି ଚିକିତ୍ସା କରାଯିବ ତାହା ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିଭଳି ଆବଶ୍ୟକତା ପଡିଲେ ଅପରେସନ ପାଇଁ ମଧ୍ୟ ଓଟି ପ୍ରସ୍ତୁତ ରଖାଯାଇଛି । ସର୍ଜରୀ, ମେଡିସିନ, ଆନାସଥେସିଆ, ଆସିୟୁ ବିଭାଗର ବିଶେଷଜ୍ଞ ଡାକ୍ତର ପ୍ରସ୍ତୁତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe