କନକ ବ୍ୟୁରୋ: ଗୁଳିମାଡ ପରେ ଭୁବନେଶ୍ୱର ଏୟାରଲିଫ୍ଟ ହୋଇଛନ୍ତି ମନ୍ତ୍ରୀ ନବ ଦାସ । ରାଜଧାନୀରେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆପୋଲୋ ହସପିଟାଲ ଅଣାଯିବ । ପ୍ରଥମେ ୪ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ । ସବୁ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେ ପହଞ୍ଚିବା ପରେ ତାଙ୍କୁ କେଉଁଭଳି ଚିକିତ୍ସା କରାଯିବ ତାହା ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସେହିଭଳି ଆବଶ୍ୟକତା ପଡିଲେ ଅପରେସନ ପାଇଁ ମଧ୍ୟ ଓଟି ପ୍ରସ୍ତୁତ ରଖାଯାଇଛି । ସର୍ଜରୀ, ମେଡିସିନ, ଆନାସଥେସିଆ, ଆସିୟୁ ବିଭାଗର ବିଶେଷଜ୍ଞ ଡାକ୍ତର ପ୍ରସ୍ତୁତ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/20-22.jpg)