କନକ ବ୍ୟୁରୋ : ଏଣିକି ଯେକୌଣସି ସ୍ଥାନରେ ଗାଡି ଖରାପ ହେଲେ, ଗୋଟିଏ ଫୋନ କଲରେ ଗାଡି ସଜାଡିବାକୁ ଆପଣଙ୍କ ପାଖକୁ ପହଂଚିଯିବ ମେକାନିକ୍ । ଓଡିଶାରେ ଏଭଳି ସେବା ଗୋ ସ୍ପିଡି ଗୋ କମ୍ପାନୀ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି । ଯୁବ ଉଦ୍ୟୋଗୀ ହେବା ପାଇଁ ଗୋ ସ୍ପିଡି ଗୋ କଂପାନୀ ସୁଯୋଗ ଆଣି ଦେଇଛି ।
ଅଟୋ ମୋବାଇଲ ସର୍ଭିସ ସେକ୍ଟରରେ ଡୋର ଷ୍ଟେପରେ ସେବା ଦେବା ପାଇଁ ଉଦ୍ୟୋଗୀ ମାନଙ୍କୁ କଂପାନୀ ପକ୍ଷରୁ ଗାଡି ସହିତ ଟୁଲସ, ଟେକ୍ନିସିଆନ ଯୋଗାଇ ଦେବ । କେହି ଏହି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କଂପାନୀକୁ ଯାଇ ଆବେଦନ କରିପାରିବେ । ନହେଲେ ଗୋ ସ୍ପିଡ ଗୋ ଆପରେ ଆବେଦନ କରିପାରିବେ । କଂପାନୀ ଫାଇନାନସିଆଲି ହେଲ୍ସ ସହିତ ବ୍ୟବସାୟ ମଧ୍ୟ ଯୋଗାଇବ ବୋଲି କହିଛନ୍ତି ଫାଉଣ୍ଡର ସଚିଦାନନ୍ଦ ଭୋଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/32-8.jpg)