କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗ ଆଖିରେ ପଡିଲା ସମସ୍ୟା । ଅସହାୟ ଦିବ୍ୟାଙ୍ଗ ଛାତ୍ର ପ୍ରଶାନ୍ତ ଦୋରାଙ୍କୁ ଗାଁରୁ ଉଦ୍ଧାର କରିଛି ମାଥିଲି ସ୍ୱାସ୍ଥ୍ୟ ଟିମ୍ । ପ୍ରଶାନ୍ତ ଅସହାୟ ଅବସ୍ଥାରେ ଚିକିତ୍ସା ହୋଇ ନ ପାରି ଘରେ ପଡି ରହିଥିଲେ । ଏ ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ମାଲକାନଗିରି ଜିଲ୍ଲା ମାଥିଲି ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦୋରାଗୁଡା ଗାଁରେ ପହଂଚି ତାଙ୍କୁ ଉଦ୍ଧାର କରି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି ।

Advertisment

ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କେଉଁ ରୋଗ ପ୍ରଶାନ୍ତଙ୍କୁ ହୋଇଛି ତାହା ଜଣାପଡିନାହିଁ । ତେବେ ତାଙ୍କ ପୂରା ଦେହରେ ସଂକ୍ରମଣ ରହିଛି । ତାଙ୍କୁ ନିରୋଲଜିଷ୍ଟ ଡାକ୍ତରଙ୍କ ପାଖକୁ ପଠାଯିବ ବୋଲ୍ି ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି ।