କନକ ବ୍ୟୁରୋ: ଶେଷ ହୋଇଛି ଅପେକ୍ଷା, ଘୋଷଣା ହେଲା ଆଇପିଏଲ ମ୍ୟାଚ ସୂଚୀ । ଟାଟା ଆଇପିଏଲ ୨୦୨୪ର ମ୍ୟାଚ ସୂଚୀ ଆଜି ଘୋଷଣା ହୋଇଛି । ପ୍ରଥମ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଛି । ମାର୍ଚ୍ଚ ୨୨ ତାରିଖରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଡୁପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚରେ ମୁହାଁ ମୁହିଁ ହେବେ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ ।
The wait is over
for the first 2⃣1⃣ matches of #TATAIPL 2024 is out!
Which fixture are you looking forward to the most pic.twitter.com/HFIyVUZFbo
— IndianPremierLeague (@IPL) February 22, 2024
ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ପ୍ରଥମେ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଛି । ୨୧ଟି ମ୍ୟାଚର ଅବଧି ୨ ସପ୍ତାହ ରଖାଯାଇଛି । ୧୦ ସହରରେ ୨୧ ମ୍ୟାଚ ଖେଳାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ନିଜ ଘରୋଇ ମୁକାବିଲା ଭାଇଜାଗରେ ଖେଳିବ । ଆଇପିଏଲ ୨୦୨୪ର ଅନ୍ୟ ମ୍ୟାଚ ସିଡ୍ୟୁଲ ପରେ ଘୋଷଣା କରାଯିବ ।