ଆଇପିଏଲ ଉପରେ କରୋନା କାୟା । ସ୍ଥଗିତ ହେଲା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ । 

443

କନକ ବ୍ୟୁରେ: କରୋନା କବଳରେ ଆଇପିଏଲ । ପୁଣି ସ୍ଥଗିତ ହେଲା ଆଉ ଗୋଟିଏ ମ୍ୟାଚ । ବୁଧବାର ହେବାକୁ ଥିବା ରାଜସ୍ଥାନ ଓ ଚେନ୍ନାଇର ମ୍ୟାଚକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଚେନ୍ନାଇ ୩ ଜଣ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ଏବେ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ସେପଟେ ବିସିସିଆଇ ଅଧିକ ରିସ୍କ ନନେଇ ଏହି ମ୍ୟାଚକୁୁ ସ୍ଥଗିତ କରିଛି ।

ଗତକାଲି ସିଏସକେର ସିଇଓ କାଶି ବିଶ୍ୱନାଥ, ବୋଲିଂ କୋଚ ଏଲ ବାଲାଜୀ ଓ ଜଣେ ବସ କ୍ଲିନର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଆଶା ଆଶଙ୍କାରେ ରହିଥିଲା ଆଗାମୀ ରାଜସ୍ଥାନ ବିପକ୍ଷ ମ୍ୟାଚ । କାରଣ ସମସ୍ତ ଖେଳାଳିଙ୍କ ବର୍ତ୍ତମାନ ସଙ୍ଗରୋଧରେ ରଖାଯାଇଛି । ତେଣୁ ଏହି ମ୍ୟାଚକୁ ବାତିଲ କରାଯାଇଛି । ଏହି ମ୍ୟାଚ କେବେ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ସେପଟେ କରୋନା ଯୋଗୁଁ ଦ୍ୱିତୀୟ ମ୍ୟାଚ ଭାବେ ଏହା ବାତିଲ ହୋଇଛି । କାରଣ ଗତକାଲି କୋଲକାତାର ଦୁଇ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ବାଙ୍ଗାଲୋର ଓ କୋଲକାତାର ମ୍ୟାଚକୁୁ ବାତିଲ କରାଯାଇଥିଲା । କୋଲକାତାର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦିପ ୱାରିୟର ପଜିଟିଭ ଚିହ୍ନଟ ହୋଇଛନ୍ତି ।