‘ଫୋନି’ କ୍ଷୟକ୍ଷତିରେ କ୍ଷତିଠୁ ବଳିଯାଇଥିଲା କ୍ଷତିପୂରଣ : ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଥିଲା ଅଧିକ ୫ ହଜାର ୧୩୯ କୋଟି , ରାଜ୍ୟବାସୀଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ।

40

ଗତ ମେ’ ୩ ତାରିଖରେ ଓଡ଼ିଶାକୁ ଗ୍ରାସ କରିଥିବା ‘ଫୋନି’ ନଷ୍ଟ କରିଥିଲା ୨୪ ହଜାର ୧୭୬ କୋଟି ଟଙ୍କାର ସମ୍ପତି। ଏନେଇ ଲୋକସେବା ଭବନ (ସଚିବାଳୟ)ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘ । ଏପରିକି ସମସ୍ତ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମୋଟ୍ ୨୯ ହଜାର ୩୧୫ କୋଟି ଟଙ୍କା ଆବଶ୍ୟକତା ରହିଛି ବୋଲି ମଧ୍ୟ ସରକାରଙ୍କୁ କୁହାଯାଇଥିଲା । ‘ଫୋନି’ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ଏହି ରିପୋର୍ଟକୁ ଲୋକସେବା ଭବନରେ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ ୧୪ ଗୋଟି ଜିଲ୍ଲାର ପ୍ରଭୁତ ଧନ ଜୀବନ କ୍ଷତି ହେବା ସହିତ ପାଖାପାଖି ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବାତ୍ୟା ‘ଫୋନି’ ରେ ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପାଇଁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ତେବେ ଦିଲ୍ଲୀରେ ୫ହଜାର କୋଟି ଆର୍ଥିକ ସହାୟତା ସହ ଫୋନି ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ଦାବି କରିଥିଲେ । ଏହାସହ କେନ୍ଦ୍ରୀୟ ସହାୟତା ସହ କୋଇଲା ରୟାଲିଟି ସଂଶୋଧନ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି କରିଥିଲେ ନବୀନ ।