ନୂଆଖାଇ ପାଇଁ ନିର୍ଘଂଟ ହେଲା ସମୟ : ଅଗଷ୍ଟ ୨୩ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ଲାଗି ହେବ ନବାନ୍ନ, ସେପଟେ ପଶ୍ଚିମ ଓଡିଶାର ଗଣପର୍ବ ପାଇଁ ବଦଳିଲା ନିୟମ; ଆସନ୍ତା ୨୨ ଓ ୨୩ ତାରିଖରେ ସଟଡାଉନ୍ ବାତିଲ କଲା ଜିଲ୍ଲା ପ୍ରଶାସନ

221

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ । ଆସନ୍ତା ୨୩ ତାରିଖ ଭାଦ୍ରବ ମାସ ପଂଚମୀ ତିଥୀରେ ନବାନ୍ନ ଭକ୍ଷଣ ହେବ । ଭାଦ୍ରବମାସ ଶୁକ୍ଳପକ୍ଷ ପଂଚମୀ ତିଥି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗି କରାଯିବ । ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଲଗ୍ନ ବାହାର କରାଯାଇଛି । ଲଗ୍ନ ସ୍ଥିର ପାଇଁ ସମ୍ବଲପୁର ଝାଡୁଆପଡା ଆରଣ୍ୟକ କଲ୍ୟାଣ ମଣ୍ଡପରେ ବ୍ରହ୍ମ ମଣ୍ଡପ ପଣ୍ଡିତ ସଭା । ପାରମ୍ପରିକ ପୂଜାପରେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ଘୋଷଣା କରାଯାଇଛି । ସେପଟେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆଖିରେ ରଖି ସପ୍ତାହାନ୍ତ ସଟଡାଉନକୁ ବାତିଲ କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ।

ଆସନ୍ତା ୨୨ ଓ ୨୩ ତାରିଖରେ ଶନିବାର ଓ ରବିବାର ଥିବାରୁ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ଗଣପର୍ବ ନୂଆଖାଇ ଥିବାରୁ ଏହାକୁ ବାତିଲ ଘୋଷଣା କରିଛନ୍ତି ଜିଲ୍ଲାପାଳ । ନୂଆଖାଇ ରବିବାର ପଡିଥିବାରୁ ପଶ୍ଚିମ ଓଡିଶାର ବହୁ ସଂଗଠନ ଓ ନେତା ସଟଡାଉନ୍ ହଟାଇବାକୁ ଦାବି କରିଥିଲେ ।