ଧରାପଡିଲା ମାଓବାଦୀଙ୍କ କାରନାମା : ଲମତାପୁଟ ବ୍ଲକର ସୀମାନ୍ତ ଜଙ୍ଗଲରୁ ମାଟି ତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ; ପୋଲିସକୁ ଟାର୍ଗେଟ କରି ରଖାଯାଇଥିବା ସନ୍ଦେହ,ଡ୍ରମ୍ ଭିତରେ ପୋତା ଯାଇଥିଲା ବିସ୍ଫୋରକ

111

କନକ ବ୍ୟୁରୋ : ମାଟିତଳୁ ଉଦ୍ଧାର ହେଲା ବିସ୍ପୋରକ ସାମଗ୍ରୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସୀମାନ୍ତ ଜଙ୍ଗଲରୁ ବିସ୍ପୋରକ ଜବତ କରାଯାଇଛି । ମାଓବାଦୀଙ୍କ ଦ୍ୱାରା ମାଟିତଳେ ଡ଼୍ରମ ମଧ୍ୟରେ ପୋତା ଯାଇଥିଲା ଏହି ବିସ୍ପୋରକ ସାମଗ୍ରୀ । କୋରାପୁଟ ଡିଭିଏଫ ଓ ଯବାନଙ୍କ ଦ୍ୱାରା ଏହା ଉଦ୍ଧାର କରାଯାଇଛି ।

ଏଥିରେ ୫୦୦ଟି ଜିଲେଟିନ, ମାଓ ପୁସ୍ତିକା, ମାଓ ନେତାଙ୍କ ଫୋଟୋ, ୩ଟି କ୍ୟାମେରା ଫ୍ଲାସ, ବିଦ୍ୟୁତ ତାର, ସ୍ଲିଂଟର ଜବତ ହୋଇଛି । ଆନ୍ଧ୍ର ଓଡ଼ିଶା ବର୍ଡ଼ର ଜୋନାଲ କମିଟି ମାଓବାଦୀମାନଙ୍କ ଦ୍ୱାରା ପୋତା ଯାଇଥିବା କହିଛନ୍ତି ଏସପି । ପୁଲିସକୁ ଆକ୍ରମଣ କରିବା ଉର୍ଦ୍ଦେଶ୍ୟରେ ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିଲେ ।

କମ୍ବି ଅପରେସନ ବେଳେ ଏହାକୁ ଜବତ କରାଯାଇଛି । ପୁଲିସ ଓ ବିଏସଏଫ ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ ସୂଚନା ଦିଆଯାଇଛି । ବିସ୍ପୋରକ ଜବତ ହୋଇଥିବା ନେଇ କୋରାପୁଟ ଏସପି ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।