କନକ ବ୍ୟୁରୋ: ମାଲକାନଗିରି ଏସପିଙ୍କ ଆଗରେ ଆତ୍ମସମର୍ପଣ କଲେ ମାଓବାଦୀ । ଦକ୍ଷିଣ ବସ୍ତର ଡିଭିଜନର ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦେବା ମାଡବି, ଅଡମା ମାଡକାମୀ ଓ ମୁକା ସୋଢି ନାମକ ୩ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା । ସୀମାବର୍ତ୍ତି ଅଞ୍ଚଳରେ ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ ଏହି ମାଓବାଦୀ । ସୀମାର ଉଭୟପଟରେ ଯବାନଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ।