ଏପ୍ରିଲ ୨୬ରେ ମାଓ ସଙ୍ଗଠନର ଭାରତ ବନ୍ଦ ଡାକରା । ଛତିଶଗଡ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି ।

2,559
କନକ ବ୍ୟୁରୋ: ଏପ୍ରିଲ ୨୬ରେ ମାଓ ସଙ୍ଗଠନର ଭାରତ ବନ୍ଦ ଡାକରା । ଛତିଶଗଡ ମାଓ ସଙ୍ଗଠନ ପକ୍ଷରୁ ପ୍ରେସ ବିବୃତି ଜାରି । ଅପରେସନ ‘ପ୍ରହାର’କୁ ବିରୋଧ କଲେ ମାଓବାଦୀ । ମାଓ ସଙ୍ଗଠନର ଦକ୍ଷିଣ ସବଜୋନାଲ ବ୍ୟୁରୋ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇଛି ।
ଛତିଶଗଡର ବିଜାପୁର ଜିଲ୍ଲାରେ ଏକ ପ୍ରକାର ନରସଂହାର କରିଛନ୍ତି ମାଓବାଦୀ । ବେଶ କିଛି ମାସ ଧରି ନିସ୍କ୍ରିୟ ଥିବା ଏହି ଉଗ୍ରବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ରକ୍ତର ହୋଲି ଖେଳିଛି । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ ଯବାନଙ୍କୁ ଘେରିଯାଇଥିଲେ ପ୍ରାୟ ୪ ଶହ ମାଓବାଦୀ । ଯବାନଙ୍କ ସଂଖ୍ୟା ବେଶ ଅଧିକ ଥିଲେ ମଧ୍ୟ ଏହି ଗରିଲା ଯୁଦ୍ଧରେ ଯବାନଙ୍କୁ ବେଶ କ୍ଷତି ପଞ୍ଚିଥିଲା ।
ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଆଉ ସେହି ନିଖୋଜ ଯବାନ ମାଓ କବଜାରେ ଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ଛତିଶଗଡରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ନକ୍ସଲଙ୍କୁ ନିପାତ ପାଇଁ କହିଛନ୍ତି ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । ମାଓ ଦମନ ପାଇଁ କରାଯିବ ଅପରେସନ୍ ପ୍ରହାର-୩ ।