କନକ ବ୍ୟୁରୋ : ଚାଷୀର ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି, ଯୋଗଣ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଛି, ହେଲେ ଚାଷୀ ହାତ ବାନ୍ଧି ବସିଛି । କିଏ ଖଳାରେ ଧାନ ଗଦା କରିଛି, ତ ଆଉ କିଏ ରାସ୍ତା ଉପରେ ଶୁଖେଇ ରହିଛି । ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଅନେଇ ବସିଛନ୍ତି, ହେଲେ ଚାଷୀଙ୍କ ପାଖରେ ଟୋକନ୍ ନାହିଁ । ଆଉ ଟୋକନ୍ ନଥିବାରୁ ଚାଷୀ ଧାନ ବିକ୍ରି କରିପାରୁନାହିଁନ୍ତି । ଏଭଳି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରୁ ।
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମେ ଧାନ କିଣା ଆରମ୍ଭ ହୋଇଥିଲା । ଏହାରି ଭିତରେ ଧାନ ସଂଗ୍ରହ କାମକୁ ୬ ଦିନ ବିତିଗଲାଣୀ ହେଲେ ପଦ୍ମପୁର ଅଂଚଳରେ ଚାଷୀଙ୍କ ଟୋକନ୍ ମିଳିନି । ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ ଧାନ ବିକ୍ରି କରିବାର ୭ ଦିନ ପୂର୍ବରୁ ଟୋକନ୍ ମିଳିବା କଥା । ହେଲେ ନା ଟୋକନ୍ ଆସିଛି, ନାଁ ଚାଷୀଙ୍କ ମୋବାଇଲକୁ ମେସେଜ୍ ।
ସରକାରୀ ତଥ୍ୟ କହୁଛି-ବରଗଡ଼ ଜିଲ୍ଲାର ଅତାବିରା, ପଦ୍ମପୁର ଏବଂ ବରଗଡ଼ ଆରଏମ୍ସି ଅଧିନରେ ୧୮୫ଟି କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୩୩ ହଜାର ୯୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଆଉ ଚାଷୀଙ୍କୁ ମୋଟ୍ ୧ ଲକ୍ଷ ୪୪ ହଜାର ୪୧ଟି ଟୋକନ୍ ଦିଆଯାଇଛି । ଅର୍ଥାତ୍ ପଂଜିକୃତ ଚାଷୀଙ୍କ ସଂଖ୍ୟାଠାରୁ ପ୍ରାୟ ୧୦ ହଜାର ଅଧିକ ଟୋକନ୍ ଦିଆଯାଇଛି ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ପଦ୍ମପୁର ଉପଖଣ୍ଡରେ ଏଯାଏଁ ଅନେକ ମଣ୍ଡି ଖୋଲିନଥିବା ବେଳେ ବହୁତ ଚାଷୀ ଏବେ ବି ଟୋକନ୍ ଅପେକ୍ଷାରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/18-15.jpg)