କନକ ବ୍ୟୁରୋ : ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ପାଇଁ ରାଜ୍ୟ ସରକାର ୧୦ ଜଣଙ୍କ ନାମକୁ ମନୋନୀତ କରିଛନ୍ତି। ରାଜ୍ୟ ସରକାର ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ। ସେହିପରି ମାଧବ ଚନ୍ଦ୍ର ପୂଜାପଣ୍ଡା ପୂଜାପଣ୍ଡା ନିଯୋଗ, ଜଗନ୍ନାଥ କର ପୁଷ୍ପାଳକ ନିଯୋଗ, ମାଧବ ଚନ୍ଦ୍ର ମହାପାତ୍ର ପ୍ରତିହାରୀ ନିଯୋଗ, ଅନନ୍ତ ତିଆଡ଼ି ମହାସୁଆର ନିଯୋଗ, ରାଧାବଲ୍ଲଭ ମଠର ଦୁର୍ଗା ପ୍ରସାଦ ଦାସମହାପାତ୍ର ମଠ ଓ ଅନ୍ୟ ସଂସ୍ଥାରୁ ପ୍ରତିନିଧିତ୍ୱ କରିବେ। ଅନ୍ୟପଟେ ପରିଚାଳନା କମିଟିରେ ଚାଟାର୍ଡ ଆକାଉଟାଣ୍ଟ ଶରତ ଚନ୍ଦ୍ର ବେହେରା, ପଦ୍ମଭୂଷଣ ଡ. ରମାକାନ୍ତ ପଣ୍ଡା ଓ ବାଳୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି।
ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣଙ୍କୁ ମନୋନୀତ କଲେ ରାଜ୍ୟ ସରକାର ।
Advertisment
Follow Us