ମଣିଷ କହିଲା, ସିଂହ ଛାଡ଼ିଦେଲା ରାସ୍ତା । ରାଜସ୍ଥାନ ଗିର ଅଭୟାରଣ୍ୟରୁ ଆସିଲା ରୋମାଂଚକର ଚିତ୍ର । ଅନ୍ଧାର ରାତିରେ ରାସ୍ତା ଛାଡ଼ିବାକୁ ସିଂହକୁ ନିବେଦନ କଲେ ଫରେଷ୍ଟ ଗାର୍ଡ଼, କଥା ମାନିଲା ସିଂହ : ଛାଡ଼ିଦେଲା ରାସ୍ତା

519

କନକ ବ୍ୟୁରୋ : ଏବେ ଦେଖିିବା ଏକ ରୋଚକ ଖବର । ମଣିଷ କହିଲା, ଆଉ ସିଂହ ଛାଡିଦେଲା ରାସ୍ତା । ଅନ୍ଧାର ରାତିରେ ସିଂହ କୁ ଅତିକ୍ରମ କରି ଜଙ୍ଗଲ ପାର ହୋଇ ଚାଲି ଆସିଲେ ଫରେଷ୍ଟର । ତା ପୁଣି ସୁରକ୍ଷିତ । ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ଏହା ସତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଜୁନାଗଡ ଅଂଚଳର ଗିର୍ ଅଭୟାରଣ୍ୟରେ । ଗତ ସୋମବାର ଡ୍ୟୁଟି ସାରି ଅଧରାତିରେ ମହେଶ ସୋନ୍ଦରୱା ନାମକ ଜଣେ ବିଟ୍ ଫରେଷ୍ଟ ଗାର୍ଡ ଗିର୍ ଅଭୟାରଣ୍ୟରେ ଡ୍ୟୁଟି ସାରି ଫେରୁଥିଲେ । ଚାରିଆଡେ କିଟମିଟ୍ ଅନ୍ଧାର ଥିଲା ।

ବାଇକରେ ଫେରିବା ବେଳେ ଜଙ୍ଗଲ ମଝିରେ ରାସ୍ତା ଜଗି ଶୋଇ ରହିଥିଲା ସିଂହ ଟିଏ । ସିଂହ ଥିଲା ପୁରା ରାସ୍ତା ମଝିରେ । କଣ କରିବେ କିଛି ଭାବିପାରିଲେନି । ଗାଡି ଆଲୁଅରେ ଜାଣିପାରିଲେ ଏହା ସେହି ସିଂହ ଯାହାର ସୁରକ୍ଷାରେ ସେମାନେ ଅଛନ୍ତି । ରାସ୍ତା ଉପରେ ବାଇକ୍ ଠିଆ କରି ସିଂହକୁ ରାସ୍ତା ଛାଡି ଦେବାକୁ ନିବେଦନ କଲେ । ଗୁଜୁରାଟି ଭାଷାରେ ସିଂହକୁ ଏପରି କିଛି ସମୟ ଅନୁରୋଧ କରିବା ପରେ ସିଂହ ବି ବୁଝିପାରିଲା , ଆଉ ଟିକେ ଗର୍ଜନ କରି , ରାସ୍ତା ମଝିରୁ ଉଠି ଚାଲିଗଲା ଜଙ୍ଗଲର ଅନ୍ଧାର ଆଡକୁ ।

ପୁରା ଘଟଣାକୁ ମହେଶ ସୋନ୍ଦରୱା ରେକର୍ଡ କରିଛନ୍ତି ମୋବାଇଲରେ । ନଚେତ୍ କେହି ହୁଏତ ଏହାକୁ ବିଶ୍ୱାସ କରିନଥାନ୍ତେ । ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଟ୍ରେଂଡ୍ କରୁଛି । ଏହାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଟୁଇଟ୍ କରିଛନ୍ତି । ସମାଜରେ ଏକତ୍ର ଶାନ୍ତିପୂର୍ଣ୍ଣ ସହବସ୍ଥାନର ଏହା ଏକ ବଡ ଉଦାହରଣ ବୋଲି କହିଛନ୍ତି ଜାଭଡେକର ।