ସିନେମାରେ ଆପଣ ନିଶ୍ଚୟ ଏହି ଡାଇଲଗ୍ ଶୁଣିଥିବେ ଯେ ଯଦି କେଉଁ ଲୋକକୁ କେଉଁ ଦ୍ରବ୍ୟ ପାଇବା ପାଇଁ ଇଚ୍ଛା ଜାଗ୍ରତ ହୁଏ ତେବେ ସେ କିଭଳି ଉପାୟରେ ମଧ୍ୟ ସେହି ଦ୍ରବ୍ୟକୁ ପ୍ରାପ୍ତ କରିବାରେ ସଫଳ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚୀନର ଟୋଙ୍ଗରେନ୍ ସହରର ଜଣେ ବ୍ୟକ୍ତି ଏଭଳି କିଛି କରିଦେଲେ ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ବ୍ୟକ୍ତିଜଣକର ପିଲାବେଳୁ ଇଚ୍ଛା ଥିଲା ଯେ ତାଙ୍କ ପାଖରେ ମଧ୍ୟ ଏକ ଦାମୀ କାର୍ ରହୁ ଏବଂ ସେ ବିଏମଡବ୍ଲ୍ୟୁ କାର୍ କିଣିବା ପାଇଁ ଖୁବ୍ ଇଚ୍ଛୁକ ଥିଲେ । ଯେଉଁଥିପାଇଁ ସେ ବର୍ଷସାରା ଟଙ୍କା ଯୋଗାଡ କରିବାରେ ଲାଗିପଡିଲେ ।
ବ୍ୟକ୍ତିଜଣକ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଖୁଚୁରା ପଇସା ଜମା କରିବା ଆରମ୍ଭ କରିଦେଲେ ଏବଂ ଯେତେବେଳେ ଟଙ୍କା ସମ୍ପୁର୍ଣ୍ଣ ହୋଇଗଲା ସେ ସବୁ ଟଙ୍କା ନେଇ ସୋରୁମ୍ ପହଚିଂଲେ । କିନ୍ତୁ ସୋରୁମ୍ ଯିବା ପୂର୍ବରୁ ୪ ଦିନ ଧରି ନିଜ ବନ୍ଧୁମାନଙ୍କ ସାହାର୍ଯ୍ୟରେ ବ୍ୟକ୍ତିଜଣକ ଏହି ଟଙ୍କା ଗଣିବାରେ ସଫଳ ହୋଇଥିଲେ । ତାଙ୍କ ପାଖରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଖୁଚୁରା ପଇସା ଥିଲା ।
କାର୍ କିଣିବା ପାଇଁ ଟ୍ରକ୍ ରେ ବୋହିନେଲେ ଖୁଚୁରା ଟଙ୍କା :
ଆଶ୍ଚର୍ଯ୍ୟର କଥା ହେଉଛି ବିଏମଡବ୍ଲ୍ୟୁ କାର୍ କିଣିବା ପାଇଁ ବ୍ୟକ୍ତିଜଣକ ସୋରୁମ୍ କୁ ଟ୍ରକ୍ ସାହାର୍ଯ୍ୟରେ ଟଙ୍କା ନେଇ ପହଚିଂଲେ । ଟ୍ରକ୍ ଭର୍ତ୍ତି ଟଙ୍କାକୁ ଦେଖି ସୋରୁମ୍ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ହସକଥା ହେଉଛି ଟଙ୍କା ଗଣିବା ପାଇଁ ୧୧ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଡକାଗଲା । ୧୦ ଘଣ୍ଟାର ସମୟ ନେଇ ୯୦୦ କିଲୋର ଏହି ଖୁଚୁରା ଟଙ୍କାକୁ ଗଣାଗଲା । ଯେତେବେଳେ ସବୁ ଟଙ୍କା ଗଣା ଶେଷ ହେଲା ସେତେବେଳେ ସୋରୁମ୍ ରେ କର୍ମଚାରୀ ସମେତ ମାଲିକ ମଧ୍ୟ ତାଳି ମାରି ଏହି ଖୁସିକୁ ବ୍ୟକ୍ତ କଲେ । ଏହାପରେ ମ୍ୟାନେଜର ବ୍ୟକ୍ତିଙ୍କୁ ଗାଡି ଚାବି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/12-2.jpg)
/kanak/media/post_attachments/wp-content/uploads/2019/02/e5210cef101975e2865eff98c5bed846-300x180.jpg)
/kanak/media/post_attachments/wp-content/uploads/2019/02/man-pays-ex-wife-rm44894-alimony-with-890kg-coins-world-of-buzz_3344220_835x547-m-300x197.png)