ପୁଣି ମଣିଷ ମାରିଲା କଲରାପତରିଆ ବାଘ । ଜଙ୍ଗଲରୁ ମୃତ ଦେହ ଉଦ୍ଧାର

328

କନକ ବ୍ୟୁରୋ : ନୂଆପଡ଼ାରେ ପୁଣି ବାଘ ଆତଙ୍କ । । ଏକ କଲରାପତରିଆ ବାଘ ମଣିଷ ମାରିଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସିଲେରି ବାହାରା ଗାଁର ଜଣେ ମହିଳାଙ୍କୁ ବାଘ ମାରିଥିବା ଅଭିଯୋଗ କରିଛନ୍ତି ଗାଁଲୋକ ।

ଗତକାଲି ବାଘ ମହିଳାଙ୍କୁ ନେଇଥିବା ବେଳେ ଆଜି ମହିଳାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଛି । କିଛି ଦିନ ତଳେ କୁନି ଶିଶୁ ବାହାରେ ଖେଳୁଥିବା ବେଳେ ବାଘ ଟାଣି ନେଇଥିଲା । ଏବେ ମହିଳାଙ୍କ ମୃତ୍ୟୁ ଗାଁରେ କୋକୁଆ ଭୟ ସୃ୍ଷ୍ଟି କରିଛି ।