କରୋନା ଯୋଗୁଁ ଖୋଲୁନି ମଲ, ବଢୁଛି କର୍ମଚାରୀ ସମସ୍ୟା । କହିଲେ, ଅଧା ଦରମାରେ କେମିତି ଚଳିବ ପରିବାର, ସରକାର ନିଅନ୍ତୁ ତୁରନ୍ତ ପଦକ୍ଷେପ 

116

କନକ ବ୍ୟୁରୋ: କରୋନା ବୁଡାଇଦେଇଛି ଜୀବିକା  ।  ଖାଁ ଖାଁ  ପଡିଛି ହୋଟେଲ ଓ ରେଷ୍ଟୁରାଂଟ ।  କର୍ମଚାରୀ ଓ ମାଲିକ  ଭଭୟେ ଏବେ ବିପଦରେ । ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଅନଲକ କରୁଥିବା ବେଳେ ରେଷ୍ଟୁରାଂଟ ଓ ହୋଟେଲ ଖୋଲିବା ଉପରେ କଟକଣା ରହିଛି । ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ରହିଛି । କିନ୍ତୁ ଲୋକ ନ ଆସିବାରୁ ବେପାରକୁ ଚଳାଇବା କଷ୍ଟକର ହୋଇପଡିଛି । ତେଣୁ ରେଷ୍ଟୁରାଂଟକୁ ସମ୍ପୁର୍ଣ୍ଣଭାବେ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ରେଷ୍ଟୁରାଂଟ  ମାଲିକ ।

କେବଳ ହୋଟେଲ  ବା ରେଷ୍ଟୁରାଂଟ ନୁହେଁ, ମଲ ଗୁଡିକରେ ବି ସେହି ସମାନ ଅବସ୍ଥା । ୩ ମାସରୁ ଅଧିକ ସମୟ ହେଲା ବନ୍ଦ ରହିଛି ମଲ । ମାଲିକ ଓ କର୍ମଚାରୀ ହାତବାନ୍ଧି ବସିଛନ୍ତି ।  ଇଏ ହେଉଛନ୍ତି ଭୁବନେଶ୍ୱର ଭବାନୀ ମଲରେ କାମ କରୁଥିବା ଶେଖ ସିଦ୍ଦିକ ବକ୍ସ ।  ଲକଡାଉନ ଯୋଗୁଁ ମଲ ବନ୍ଦ, ବେପାର ବି ବନ୍ଦ ।  ବ୍ୟବସାୟୀ କ୍ଷତି ସହୁଥିବାରୁ ଶେଖଙ୍କ ଭଳି କିଛି ଯୁବକ ରୋଜଗାର ହରାଇବସିଛନ୍ତି ।  ଶେଖ ସିଦ୍ଦିକଙ୍କ ଭଳି ରାଜେନ୍ଦ୍ର ରାଉତରାୟଙ୍କ ବି ଏକା ଅବସ୍ଥା । ସ୍ଥିତି ଏଭଳି ହୋଇଛି ଯେ, କିସ୍ତି ଦେବା ଉଭୟଙ୍କ ପାଇଁ ମୁସ୍କିଲ ହୋଇପଡିଛି ।

ରେଷ୍ଟୁରାଂଟ ଓ ମଲ ନ ଖୋଲିବା ଫଳରେ  ବ୍ୟବସାୟୀ କୋଟି କୋଟି ଟଙ୍କାର କ୍ଷତି ସହୁଥିବାବେଳେ  କର୍ମଚାରୀ ଦରମା ନ ପାଇ  ଚିନ୍ତାରେ ଅଛନ୍ତି ଏବେ ସମସ୍ତଙ୍କ ଅପେକ୍ଷା ସରକାରଙ୍କ ଅନଲକ ନେଇ କି  ନିଷ୍ପତି ନେଉଛନ୍ତି  ।