କନକ ବ୍ୟୁରୋ: କରୋନା ବୁଡାଇଦେଇଛି ଜୀବିକା । ଖାଁ ଖାଁ ପଡିଛି ହୋଟେଲ ଓ ରେଷ୍ଟୁରାଂଟ । କର୍ମଚାରୀ ଓ ମାଲିକ ଭଭୟେ ଏବେ ବିପଦରେ । ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଅନଲକ କରୁଥିବା ବେଳେ ରେଷ୍ଟୁରାଂଟ ଓ ହୋଟେଲ ଖୋଲିବା ଉପରେ କଟକଣା ରହିଛି । ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ରହିଛି । କିନ୍ତୁ ଲୋକ ନ ଆସିବାରୁ ବେପାରକୁ ଚଳାଇବା କଷ୍ଟକର ହୋଇପଡିଛି । ତେଣୁ ରେଷ୍ଟୁରାଂଟକୁ ସମ୍ପୁର୍ଣ୍ଣଭାବେ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ରେଷ୍ଟୁରାଂଟ ମାଲିକ ।
କେବଳ ହୋଟେଲ ବା ରେଷ୍ଟୁରାଂଟ ନୁହେଁ, ମଲ ଗୁଡିକରେ ବି ସେହି ସମାନ ଅବସ୍ଥା । ୩ ମାସରୁ ଅଧିକ ସମୟ ହେଲା ବନ୍ଦ ରହିଛି ମଲ । ମାଲିକ ଓ କର୍ମଚାରୀ ହାତବାନ୍ଧି ବସିଛନ୍ତି । ଇଏ ହେଉଛନ୍ତି ଭୁବନେଶ୍ୱର ଭବାନୀ ମଲରେ କାମ କରୁଥିବା ଶେଖ ସିଦ୍ଦିକ ବକ୍ସ । ଲକଡାଉନ ଯୋଗୁଁ ମଲ ବନ୍ଦ, ବେପାର ବି ବନ୍ଦ । ବ୍ୟବସାୟୀ କ୍ଷତି ସହୁଥିବାରୁ ଶେଖଙ୍କ ଭଳି କିଛି ଯୁବକ ରୋଜଗାର ହରାଇବସିଛନ୍ତି । ଶେଖ ସିଦ୍ଦିକଙ୍କ ଭଳି ରାଜେନ୍ଦ୍ର ରାଉତରାୟଙ୍କ ବି ଏକା ଅବସ୍ଥା । ସ୍ଥିତି ଏଭଳି ହୋଇଛି ଯେ, କିସ୍ତି ଦେବା ଉଭୟଙ୍କ ପାଇଁ ମୁସ୍କିଲ ହୋଇପଡିଛି ।
ରେଷ୍ଟୁରାଂଟ ଓ ମଲ ନ ଖୋଲିବା ଫଳରେ ବ୍ୟବସାୟୀ କୋଟି କୋଟି ଟଙ୍କାର କ୍ଷତି ସହୁଥିବାବେଳେ କର୍ମଚାରୀ ଦରମା ନ ପାଇ ଚିନ୍ତାରେ ଅଛନ୍ତି ଏବେ ସମସ୍ତଙ୍କ ଅପେକ୍ଷା ସରକାରଙ୍କ ଅନଲକ ନେଇ କି ନିଷ୍ପତି ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/07/14-24.jpg)