ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ । ମୋଟୁ ସୀମାରେ ହାଇ ଆଲର୍ଟ ଜାରି କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରବାସୀଙ୍କ ଆଂଟିଜେନ ପରୀକ୍ଷା ପରେ ନେଗେଟିଭ ଥିଲେ ମିଳୁଛି ପ୍ରବେଶ ଅନୁମତି

130

କନକ ବ୍ୟୁରୋ: ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ । ସୀମାରେ ହାଇ ଆଲର୍ଟ ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଜି ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟଙ୍କ ସମେତ ଉପଜିଲ୍ଲାପାଳ, ସିଡିଏମଓ ପ୍ରମୁଖ ମୋଟୁ ସୀମାରେ ପହଁଚି ଯାଂଚ ବ୍ୟବସ୍ଥାକୁ ଆହୁରି କଡକଡି କରାଯାଇଛି । ମୋଟୁ ସୀମା ଦେଇ ଆସୁଥିବା ସମସ୍ତ ପ୍ରବାସୀଙ୍କ ଆଂଟିିଜେନ ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି ।

ପଜିଟିଭ ଚିହ୍ନଟ ହେଲେ ୧୪ ଦିନିଆ ସରକାରୀ ସଂଗରୋଧ କେନ୍ଦ୍ରରେ ବାଧ୍ୟତାମୁଳକ ରଖାଯାଉଛି । କୋରାନାର ଦ୍ୱିତୀୟ ଲହର ପରେ ମୋଟୁ ସୀମା ଦେଇ ୧୧ ହଜାରରୁ ଅଧିକ ପ୍ରବାସୀ ସୀମା ଭିତରକୁ ପ୍ରବେଶ କରି ସାରିଛନ୍ତି । ଗତ କିଛି ଦିନ ଧରି ମୋଟୁ ସୀମାରେ କୋରୋନା ପଜିଟିଭଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେଣୁ ମୋଟୁ ସମେତ, କାମରଗୁଡା, ଚିତ୍ରକୋଣ୍ଡା ଓ ସୁକୁମା ସୀମାରେ ଯାଂଚ ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି ।

ଭାରି ସାଂଘାତିକ ‘ଏପି ଭାଇରସ’ । ଏପି ଅର୍ଥାତ ଆନ୍ଧ୍ରପ୍ରଦେଶ । କରୋନାର ଏକ ନୂଆ ମ୍ୟୁଟାଂଟ ବା ପ୍ରକାର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖାଦେଇଛି । ଯାହା ୧୫ଗୁଣା ଅଧିକ ସଂକ୍ରାମକ । ଏହି ଭୂତାଣୁ ସଂସ୍ପର୍ଶରେ ଆସିଲେ ବ୍ୟକ୍ତି ୩ରୁ ୪ ଦିନରେ ଗୁରୁତର ହୋଇପଡୁଛନ୍ତି । ଏହା ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଂଟଠାରୁ ମଧ୍ୟ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଭୂତାଣୁ ପ୍ରଥମେ ଦେଖା ଦେଇଥିବାରୁ ଏହାକୁ ‘ଏପି ଭାଇରସ’ ବୋଲି କୁହାଯାଉଛି ।

ସବୁଠାରୁ ବଡକଥା ହେଉଛି ଏହି ଭୂତାଣୁ ବାବଦରେ ଜଣାପଡିବା ପରେ ଅଧିକ ସତର୍କ ହୋଇପଡିଛନ୍ତି ରାଜ୍ୟ ସରକାର । ଆନ୍ଧ୍ର ଓ ତେଲେଙ୍ଗାନା ସୀମାରେ ଏହି ନୂଆ ପ୍ରକାର ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଆନ୍ଧ୍ର ପ୍ରଦେଶ କିମ୍ବା ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କୁ ଟିଏମସିରେ ୧୪ ଦିନିଆ କ୍ୱାରେଂଟିନକୁ ବାଧ୍ୟତାମୂଳକ କରାଯାଇଛି । ଦେଖନ୍ତୁ କେଉଁଠୁ ଆସିଲା ଏହି ଏପି ଭାଇରସ ଓ ଏହା କିଭଳି ଅଧିକ ସଂକ୍ରାମକ ।

– ଆନ୍ଧ୍ର, ତେଲେଙ୍ଗାନାରେ ଦେଖା ଦେଇଥିବା ନୂଆ ପ୍ରକାର କରୋନା ଭୂତାଣୁର ନାଁ- ଏନ ୪୪୦ କେ
– ଏହା ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁାଟାଂଟ ବି୧. ୬୧୭ ଓ ବି୧. ୬୧୮ଠାରୁ ମାରାତ୍ମକ
– ଭୂତାଣୁର ପୂର୍ବ ଷ୍ଟ୍ରେନ ବା ପ୍ରକାର ତୁଳନାରେ ଏହା ୧୫ ଗୁଣା ଅଧିକ ସଂକ୍ରାମକ ହୋଇପାରେ
– ହାଇଦ୍ରାବାଦସ୍ଥିତ ସେଂଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜିର ଗବେଷଣା