Scroll.in
ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ୨.୦ ର ଟ୍ରେଲର ନିକଟରେ ରିଲିଜ ହୋଇ ସାରିଛି । ଅକ୍ଷୟ ଏବଂ ରଜନୀକାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କ ତରଫରୁ ଯେଉଁ ଆଶା ଥିଲା ତାହା ପୂରଣ ହେବା ଭଳି ମନେ ହେଉଛି । ଏହି ଫିଲ୍ମ ୨୦୧୦ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୋବୋଟ୍’ ର ଦ୍ୱିତୀୟ ଭାଗ ଅଟେ । ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୯ ତାରିଖରେ ଭାରତ ସମେତ ବିଦେଶରେ ମଧ୍ୟ ରିଲିଜ୍ ହେବ ।
ରୋବୋଟ୍ ର ଅପାର ସଫଳତା ପରେ ଫିଲ୍ମ ୨.୦ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ସମସ୍ତଙ୍କ ଆଶା ରହିଛି । ସିନେମାରେ ରଜନୀକାନ୍ତ ଚିଟି ରୋବୋଟ୍ ଚରିତ୍ରରେ ସମସ୍ତଙ୍କ ମନୋରଞ୍ଜନ କରୁଥିବା ବେଳେ ଏଥର ଦର୍ଶକଙ୍କ ନଜରରେ ରହିଛନ୍ତି ଖିଲାଡି ଅକ୍ଷୟ କୁମାର । ଟଲିଉଡରେ ପ୍ରଥମ ଥର ପାଇଁ ଏକ ଭିନ୍ନ ଚରିତ୍ରରେ ନଜର ଆସୁଥିବାରୁ ଦର୍ଶକ ତାଙ୍କୁ ଦେଖିବା ପାଇଁ ଚାତକ ପରି ଚାହିଁ ବସିଛନ୍ତି ।
ଅକ୍ଷୟଙ୍କ ଦମଦାର ଅଭିନୟ ଏବଂ ଖଳନାୟକ ରୋଲ୍ ଟ୍ରେଲରରେ ହିଁ ସିନେମାପ୍ରେମୀଙ୍କୁ ପାଗଳ କରିଦେଇଛି । ତାଙ୍କ ଗେଟଅପ୍ କୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି ଯେ ଏହି ଗେଟଅପ୍ ପାଇଁ ଅକ୍ଷିଙ୍କୁ ଖୁବ୍ ସମସ୍ୟାର ମଧ୍ୟ ସମ୍ମୁଖିନ ହେବାକୁ ପଡିଛି । ସୁଟିଂର ୫ ଘଣ୍ଟା ପୂର୍ବରୁ ହିଁ ତାଙ୍କୁ ଏଥିପାଇଁ ରେଡି କରାଯାଉଥିଲା । ତେବେ ଫିଲ୍ମର ସହ ପ୍ରଯୋଜକ କରଣ ଜୋହର ନିଜ ଟ୍ୱିଟର ପେଜ୍ ଅକ୍ଷୟଙ୍କ ଗେଟଅପ୍ ପ୍ରସ୍ତୁତର ଭିଡିଓ ସେୟାର୍ କରିଛନ୍ତି । ଭିଡିଓକୁ ଦେଖିଲେ ଜଣାପଡୁଛି ଯେ ଅକ୍ଷୟ ଏହି ଫିଲ୍ମ ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ।
Follow Us
/kanak/media/post_attachments/wp-content/uploads/2018/11/2.0-teaser-best-scenes-main-300x178.jpg)