କନକ ବ୍ୟୁରୋ : ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗର ଉପରେ ନିର୍ଭର କରେ ପୁରା ସହର । ବର୍ଷ ବର୍ଷ ଧରି ଅଳିଆ ଆବର୍ଜନାରେ ପୋତି ହୋଇପଡୁଥିବା ସାଗରର ପୁର୍ନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଜୁନ ମାସ ଶେଷ ସୁଧା କାମ ସରିବା ଲକ୍ଷ୍ୟ ରଖାଯାଇଛି । ପଙ୍କ ଉଦ୍ଧାର କାମ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ଖର୍ଚ୍ଚ ହେବ । ହାଲ ପକ୍ଷରୁ ୭ କୋଟିର ଅନୁଦାନ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ମୋ ପୋଖରୀ ଯୋଜନାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
୧୭୧୬ ମସିହାରେ ତକ୍ରାଳିନ ରାଜା ରାମଚନ୍ଦ୍ର ଦେବ ଦ୍ୱିତୀୟ ଜଳାଭାବ ଦୂର କରିବା ପାଇଁ ଜଗନ୍ନାଥ ସାଗର ଖୋଳିଥିଲେ । ସେତେବେଳେ ଏହାର ପରିସୀମା ଥିଲା ୩ ଶହ ଏକର । ପରିବେଶ ସନ୍ତୁଳନ ସହ ନବରଙ୍ଗପୁର ଓ କୋରାପୁଟ ଜିଲ୍ଳାବାସୀଙ୍କ ଜଳକଷ୍ଟ ଦୂର କରୁଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସଙ୍କୁଚିତ ହୋଇ ୨୦୩ ଏକରକୁ ଚାଲି ଆସିଛି । ମତ୍ସ୍ୟ ବିଭାଗ ପାଖରେ ୪୬ ଏକର ରହିଛି, ବଳକା ୧୫୭ ଏକର ସାଗରର ପୁନଃରୁଦ୍ଧାର କାମ ଆରମ୍ଭ ହୋଇଛି ।
୩୦୦ ବର୍ଷର ସାଗରର ପୁନରୁଦ୍ଧାର କାମ ଗୋଟିଏ ପ୍ରକାର ପ୍ରଶାସନ ପାଇଁ ଚ୍ୟାଲେଞ ସୃଷ୍ଟି କରିଛି । ତେବେ ଏ ଅପେକ୍ଷା କାମ ନିର୍ଦ୍ଦାରିତ ସମୟରେ ସରୁଛି ନା ସମୟ ଗଢ଼ୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/18-21.jpg)