ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଂଟ । ସ୍ୱାସ୍ଥ୍ୟ ସଚିବ କହିଲେ, ଦେଶରେ ୨୨ ଜଣଙ୍କ ଠାରେ ମିଳିଛି ନୂଆ ଭୂତାଣୁ । ୯ଟି ଦେଶରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ

162

କନକ ବ୍ୟୁରୋ: ଡେଲଟା ପ୍ଲସ ଭେରିଆଂଟ । କୋଭିଡ-୧୯ ଭୂତାଣୁର ଏହି ନୂଆ ଭେରିଆଂଟ ବା ରୂପ ଏବେ ବିଶେଷଜ୍ଞଙ୍କ ଅଧ୍ୟୟନର କେନ୍ଦ୍ର ହୋଇଛି । ଏହି ଭୂତାଣୁକୁ ନେଇ ତୃତୀୟ ଲହରର ଆଶଙ୍କା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ୨୨ ଜଣଙ୍କ ଠାରେ ଏହି ଭେରିଆଂଟ ମିଳିଛି ଏବଂ ୨୨ରୁ ୧୬ ଜଣ ମହାରାଷ୍ଟ୍ରର ରତ୍ନଗିରି, ଜଲଗାଁଓ ଏବଂ କେରଳ ଓ ମଧ୍ୟପ୍ରଦେଶରୁ ମିଳିଛନ୍ତି । ଏହି ଭେରିଆଂଟ ଆମେରିକା, ବ୍ରିଟେନ, ପର୍ତୃଗାଲ, ସ୍ୱିଜରଲାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ , ଚୀନ ଏବଂ ଋଷ ଭଳି ୯ଟି ଦେଶରେ ଦେଖିବାକୁ ମିଳିଛି ।

ଦ୍ୱିତୀୟ ଲହରର ମୁଖ୍ୟ କାରଣ ଡେଲଟା ଭୂତାଣୁଠାରୁ ମ୍ୟୁଟେସନ ହୋଇ ଏହି ଡେଲଟା ପ୍ଲସ ରୂପ ନେଇଛି କରୋନା ଭୂତାଣୁ । ଟ୍ରମ୍ପକୁ ଦିଆଯାଇଥିବା ମନୋକ୍ଲୋନାଲ ଆଂଟିବଡି ଚିକିତ୍ସା ଏହି ଡେଲଟା-ପ୍ଲସ ଭେରିଂଆଂଟ ବିରୋଧରେ କାମ କରିପାରିବ ନାହିଁ । ଏହି ନୂଆ ଭୂତାଣୁକୁ ନେଇ ଏ ଯାଏଁ ଯଥେଷ୍ଟ ଅଧ୍ୟୟନ ହୋଇନାହିଁ । ତେଣୁ ଏହା ବିଷୟରେ ବେଶୀ ତଥ୍ୟ ଜଣାପଡିନାହିଁ ।