ରହସ୍ୟ ବଢ଼ାଇଲା ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । କୁଳମଣୀ ବରାଳଙ୍କ ପୁଅକୁ ଫୋନ୍ କରିଥିଲେ ପ୍ରଫୁଲ୍ଲ ବିଶ୍ୱାଳ 

Advertisment
ରହସ୍ୟ ବଢ଼ାଇଲା ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । କୁଳମଣୀ ବରାଳଙ୍କ ପୁଅକୁ ଫୋନ୍ କରିଥିଲେ ପ୍ରଫୁଲ୍ଲ ବିଶ୍ୱାଳ 

କନକ ବ୍ୟୁରୋ : ଯାହାଙ୍କ ନାଁରେ ହତ୍ୟାଭଳି ସଙ୍ଗୀନ ମାମଲା ଥିଲା, ଯିଏ ଗିରଫଦାରୀ ଭୟରେ ମାସେରୁ ଅଧିକ ସମୟ ଧରି ଘୁରିବୁଲୁଥିଲା, ସେହି ବ୍ୟକ୍ତିର ଅଚନାକ୍ ମୃତ୍ୟୁ ହୋଇଯିବା ଯେତିକି ବଡ଼ ଦ୍ୱନ୍ଦ ସୃଷ୍ଟି କରିଛି, ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି, ଯାହାଙ୍କୁ ହତ୍ୟା କରାଯାଇଛି, ତାଙ୍କ ପୁଅକୁ ଫୋନ୍ କରିବା । ମହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ, ମୃତ୍ୟୁ ପୂର୍ବରୁ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

୫ ତାରିଖ ଶୁକ୍ରବାର । ସମୟ ପ୍ରାୟ ୨ଟା ୫ । ମହାଙ୍ଗା ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁର ଠିକ୍ ଗୋଟିଏ ଦିନ ପୂର୍ବରୁ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ନିଜ ବାପାର ହତ୍ୟା ପଛରେ ମୃତ୍ୟୁ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳର ଫୋନ୍ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ରମାକାନ୍ତ । ହେଲେ ପ୍ରଫୁଲ୍ଲ ସହ ପ୍ରାୟ ଗୋଟିଏ ମିନିଟ୍ ୪୦ ସେକେଣ୍ଡ କଥା ହୋଇଥିଲେ ।

ଫୋନ୍ରେ ରାମାକାନ୍ତ, ପ୍ରଫୁଲ୍ଲ ସହ କ’ଣ କଥା ହୋଇଥିଲେ ତାହା କ୍ୟାମେରା ଆଗରେ କହିନଥିଲେ ବି ପ୍ରଫୁଲ୍ଲ ବିଶ୍ୱାଳ ସହ କଥାବାର୍ତାର ସମସ୍ତ ତଥ୍ୟ ପୁଲିସ୍କୁ ଦେଇଛନ୍ତି ରମାକାନ୍ତ । କିନ୍ତୁ ପ୍ରଶ୍ନ ହେଉଛି- ପ୍ରଫୁଲ୍ଲଙ୍କର ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ, ମୃତ କୂଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରିଥିଲା । ଯିଏ ବହୁ ଚର୍ଚ୍ଚିତ ମର୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ, ସେ କାହିଁକି ହତ୍ୟା ହୋଇଥିବା କୁଳମଣୀଙ୍କ ପୁଅକୁ ଫୋନ୍ କରିବେ? ଏହି ଦୁଇ ଜଣଙ୍କ ମଧ୍ୟରେ କ’ଣ କଥାବାର୍ତା ହୋଇଥିଲା, ତାହା ଏବେ ପୁଲିସ୍ର ନାଲି ଫିତା ତଳେ ରହିଛି । ଯାହା, ପୁଲିସ୍ ସାମ୍ନାକୁ ଆଣିବା ହୁଏତ ଜରୁରୀ ।

ଏପଟେ କଟକ ଗ୍ରମାଂଚଳ ଏସ୍ପି କହିଛନ୍ତି- ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଏଯାଏଁ କେବଳ ଦୁର୍ଘଟଣାଜନତି ବୋଲି କୁହାଯିବ । ତାଙ୍କ ମୃତ୍ୟୁ ପଛର ଅନ୍ୟ କିଛି କାରଣ ସମ୍ପର୍କରେ ଏଯାଏଁ କୌଣସି ସୂଚନା ନାହିଁ । ତେବେ ଯଦି କେହି ମୃତ୍ୟୁ ପଛର ଅନ୍ୟ କାରଣ ଜଣାଇବାକୁ ଚାହାନ୍ତିଁ, ତେବେ ଆମେ ନିଶ୍ଚୟ ଏହା ଉପରେ ନଜର ଦେଇ ତଦନ୍ତ କରିବୁ ।

ଏପଟେ ମୃତ ପ୍ରଫୁଲ୍ଲ ବିଶ୍ୱାଳର ପରିବାର ଲୋକ, ଏହା ଦୁର୍ଘଟଣା ଜନତି ମୃତ୍ୟୁ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଗତ ଜାନୁୟାରୀ ୨ତାରିଖରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ ବିଶ୍ୱାଳ । ଘଟଣାରେ ପରେ ସେ ଫେରାର ହୋଇ ଯାଇଥିବା ବେଳେ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ହୋଇଛି । ମୃତ କୂଳମଣିଙ୍କ ପୁଅର ଅଭିଯୋଗ ଆଧାରରେ ମୋଟ ୧୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ଏବଂ ୯ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe