ପାଗଳର କଟୁରୀ ଚୋଟରେ ମୃତ୍ୟୁ । ମୃତଦେହ ଜବତ କରି, ପୋଲିସର ଛାନଭିନ୍ ।

Advertisment
ପାଗଳର କଟୁରୀ ଚୋଟରେ ମୃତ୍ୟୁ । ମୃତଦେହ ଜବତ କରି, ପୋଲିସର ଛାନଭିନ୍ ।

an Indian or Asian person laying dead with outstretched hand during COVID-19 or corona virus outbreak

କନକ ବ୍ୟୁରୋ: ରାସ୍ତାରେ ଯିବା ବେଳେ ପାଗଳ କିମ୍ବା ନିଶାଡ଼ିଙ୍କୁ ଦେଖୁଥିଲେ ହୋଇଯାନ୍ତୁ ସାବଧାନ । ପାଗଳ କିମ୍ବା ନିଶାଗ୍ରସ୍ତ ବ୍ୟକ୍ତି ଆପଣଙ୍କ ନିକଟକୁ ଆସୁଥିଲେ ସତର୍କ ନ ରହିଲେ ଆପଣଙ୍କ ସହ ବି ଘଟିପାରେ ବଡ଼ ଅଘଟଣ । ଯାଜପୁର ସଦର ବ୍ଲକରେ ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାଳନ୍ଦୀ ମଲିକ । ଆଜି ସକାଳେ କାଳନ୍ଦୀ ନିଜ ଘର ସମ୍ମୁଖରେ ଥିବା ବେଳେ ତାଙ୍କ ବେକକୁ କଟୁରୀରେ ଆକ୍ରମଣ କରିଥିଲା ସୁରେନ୍ଦ୍ର ବେହେରା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ଅଟକ ରଖି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe