୧୫ ହଜାରରୁ କମ୍ ଟଙ୍କା ଦରମା ପାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଏବେ ଖାତାକୁ ଆସିବ ଅଧିକ ଟଙ୍କା । ୨୨ ହଜାର କୋଟିର ଅତିରିକ୍ତ ବଜେଟ୍ ।

2,745

କନକ ବ୍ୟୁରୋ : ସ୍ୱଳ୍ପ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଯାଉଛନ୍ତି । ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ସରକାର କହିଛନ୍ତି କି ୧ ଅକ୍ଟୋବର ୨୦୨୦ ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଓ ଅନ୍ୟକ୍ଷେତ୍ରରେ ନିଯୁକ୍ତି ପାଇଥିବା ନୂତନ କର୍ମଚାରୀ ମାନଙ୍କୁ ଅବସରକାଳୀନ ଫଣ୍ଡରେ ଅଂଶଧନ ଦେବେ । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଏହି ପାଣ୍ଠି ସରକାର ବହନ କରିବେ । ଏହାର ଅର୍ଥ ହେଉଛି ଯେଉଁ କର୍ମଚାରୀ ମାନେ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି ସେମାନଙ୍କର ଦରମାରୁ କଟୁଥିବା ଇପିଏଫ୍ ର ୧୨ ପ୍ରତିଶତ ସରକାର ଭରଣ କରିବେ । ଏନେଇ ବୁଧବାର ଦିନ ବସିଥିବା କ୍ୟାବିନେଟ୍ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାରେ ୨୨.୮୧୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ୫୮ ଲକ୍ଷରୁ ଅଧିକ କର୍ମଚାରୀ ଲାଭବାନ ହେବେ ।

ସରକାରଙ୍କ ଏହି ଯୋଜନାରେ ୧୫ ହଜାରରୁ କମ ଟଙ୍କା ଦରମା ପାଉଥିବା କର୍ମଚାରୀ ମାନେ ଲାଭବାନ ହେବେ । ଏହି ଯୋଜନାରେ ଲାଭ ସେମାନଙ୍କୁ ମିଳିବ ଯେଉଁମାନେ ୧ ଅକ୍ଟୋବର ୨୦୨୦ ପୂର୍ବରୁ ଚାକିରୀ କରିଥିଲେ ବି ସେମାନଙ୍କର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସହିତ ଯୋଡି ହୋଇନଥିବେ ଓ ସେମାନଙ୍କ ପାଖରେ ୟୁନିଭର୍ସିଆଲ ଆକାଉଣ୍ଟ ନମ୍ବର ନଥିବ ।

ଏହା ବ୍ୟତିତ ସେହି ଲୋକମାନଙ୍କୁ ଏହି ଯୋଜନାରୁ ଲାଭ ମିଳିବ ଯେଉଁମାନଙ୍କ ପାଖରେ ।ଖରେ ୟୁନିଭର୍ସିଆଲ ଆକାଉଣ୍ଟ ନମ୍ବର ଥିବ କିନ୍ତୁ ୧୫ ହଜାରରୁ କମ୍ ଦରମା ହୋଇଥିବ । ଏହାସହ ୧ ମାର୍ଚ୍ଚ ୨୦୨୦ ରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ କୋଭିଡ ମହାମାରୀ ପାଇଁ ତାଙ୍କର ଚାକିରୀ ଚାଲିଯାଇଥିବ । ଏହା ପରେ ସେ ଇପିଏଫ୍ ସହିତ ଜଡିତ କୌଣସି କମ୍ପାନୀରେ ଚାକିରୀ କରିନଥିବେ । ଏହାସହିତ ସରକାର କହିଛନ୍ତି କି ୧ ହଜାର କର୍ମଚାରୀ ଙ୍କୁ ନୂତନ ଭାବେ ରୋଜଗାର ଯୋଗାଉଥିବା କମ୍ପାନୀ କୁ ଏହି ସୁବିଧା ମିଳିବ । ଅର୍ଥ ଏହି କର୍ମଚାରୀ ଓ କମ୍ପାନୀ ଉଭୟ ପକ୍ଷର ଇପିଏଫଓ ସରକାର ବହନ କରିବେ । ଯାହାକି ଆଗାମୀ ୨ ବର୍ଷ ପାଇଁ ।

କୋଭିଡ-୧୯ ମହାମାରୀ ପାଇଁ ଦେଶର ସବୁ ପ୍ରକାର ସେକ୍ଟର ଏବେ ମାନ୍ଦାବସ୍ଥାରେ ଚାଲିଛି । ଏହାରି ମଧ୍ୟରେ ଅନେକ ସେକ୍ଟର ବନ୍ଦ ହୋଇଯାଇଥିବା ବେଳେ ଅନେକ ସେକ୍ଟର କର୍ମଚାରୀ ମାନଙ୍କୁ ଛଟେଇ କରି କାଣ୍ଟ ଛାଣ୍ଟ କରିଦେଇଛି । ଅନ୍ୟପଟେ ଏହାକୁ ନେଇ ଦେଶର ବେରୋଜଗାରୀଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଏହାକୁ ନେଇ ବିରୋଧୀ ଦଳ ମାନେ ରୋଜଗାରକୁ ନେଇ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି । ଏପରି ସ୍ଥଳେ କେନ୍ଦ୍ରସରକାରଙ୍କ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ବେସ୍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।