ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ : ୭ଦିନ ଯାଏଁ ନାହିଁ ବଡ଼ ବର୍ଷାର ସମ୍ଭାବନା; ବିଶେଷଜ୍ଞଙ୍କ ମତ, ଧୀରେ ଧୀରେ କମିବ ବର୍ଷାର ପରିମାଣ 

ସେପଟେ ଲଗାଣ ବର୍ଷା ପରେ ଗଜପତିର ସ୍ଥିତି ବେହାଲ

687

କନକ ବ୍ୟୁରୋ : ଆଗାମୀ ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ୫ ଦିନ ପାଇଁ ଓଡ଼ିଶାରେ ବର୍ଷାର ପରିମାଣ କମିବ । ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ଅଳ୍ପ ଧରଣର ବର୍ଷା ହୋଇପାରେ । ୭ଦିନ ଯାଏଁ ନାହିଁ ବଡ଼ ବର୍ଷାର ସମ୍ଭାବନା । ଧୀରେ ଧୀରେ ବର୍ଷାର ପରିମାଣ କମିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ।

୨୪ ଘଂଟା ଭିତରେ ଗଂଜାମରେ ସର୍ବାଧିକ ୪୮ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ଗଜପତି ୪୫ ଦଶମିକ ୨ ମିଲିମିଟର, ଭୁବନେଶ୍ୱରରେ ୪୪ ମିଲିମିଟର, ପୁରୀରେ ୪୩ ଦଶମିକ ୭ ମିଲିମିଟର, କଟକରେ ୩୫ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।