କନକ ବ୍ୟୁରୋ: ଖୁଂଟରେ ବନ୍ଧା ହୋଇଛନ୍ତି ଯୁବକ । ପାଖରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣଙ୍କୁ ନିର୍ଦ୍ଦୟ ଭାବେ ପିଟି ଚାଲିଛନ୍ତି । ଯୁବକ ଜଣକ ମାଡ ଖାଇ ବି ପ୍ରତିବାଦ କରିପାରୁନାହାନ୍ତି । କିଭଳି ବ୍ୟକ୍ତି ଜଣକ ଏହି ଯୁବକଙ୍କୁ ନିର୍ଦ୍ଧୁମ ପିଟି ଚାଲିଛନ୍ତି । ଏହି ଭିଡ଼ିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ଘଟିଛି ନବରଙ୍ଗପୁର ରାଇପୁର ବ୍ଲକ କଲାରାପାରା ଗାଁରେ । ଯୁବକ ଜଣକ ସେହି ଗାଁରେ ଥିବା ପ୍ରେମିକାକୁ ଦେଖା କରିବାକୁ ଆସିଥିଲେ । ଯୁବତୀ ଜଣଙ୍କ ତାଙ୍କୁ ଫୋନ୍୍ କରି ନିଜ ଘରକୁ ଡାକିଥିବା ବେଳେ ଘର ଲୋକ ପାଖରେ ଧରାପଡିଥିଲେ । ଶେଷରେ ଯୁବକ ଜଣଙ୍କୁ ଖୁଂଟରେ ବାନ୍ଧି ଯୁବତୀଙ୍କ ପରିବାର ମାଡ ମାରିବା ସହିତ ମାଡର ଭିଡ଼ିଓ ସୋସିଆଲ ମିଡିଆରେ ଛାଡିଛନ୍ତି । ଯାହାକୁ ନେଇ ଯୁବକଙ୍କ ପରିବାର ଥାନାରେ ଏତଲା ଦେଇଥିବା ବେଳେ ତିନିଜଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରେମିକାକୁ ଦେଖା କରିବାକୁ ଯାଇ ହଟହଟା ହେଲେ ପ୍ରେମିକ: ପ୍ରେମିକଙ୍କୁ ଖୁଣ୍ଟରେ ବାନ୍ଧିଲେ ପ୍ରେମିକାଙ୍କ ପରିବାର
/kanak/media/post_attachments/wp-content/uploads/2022/10/Collage-Maker-11-Oct-2022-06.51-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)