କନକ ବ୍ୟୁରୋ : ପ୍ରେମିକା ପାଇଁ ହାଇଭୋଲଟେଜ ଏକ୍ସଟେନସନ୍ ଟାୱାର ଉପରକୁ ଚଢିଗଲା ପ୍ରେମିକ । ଟାୱାର ଉପରଗୁ ଚଢି ପ୍ରେମିକାୁ ଡାକିଲା ସୁବ୍ରତ । ଅଗ୍ନିଶମ ଓ ପୁଲିସର ଦୁଇ ଘଂଟା ପରିଶ୍ରମ ପରେ ଉଦ୍ଧାର ହେଲେ ଯୁବକ । ଲିଖନପୁର ବାଣ୍ଡିପାହାଡ ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

Advertisment

ବାଣ୍ଡିପାହାଡର ସୁବ୍ରତ କିଷାନଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ସୁବ୍ରତ ଟାୱାର ଉପରେ ଚଢିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପରେ ପରେ ପୁଲିସ ଓ ଅଗ୍ନିଶମ ବାହୀନୀ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ ଗ୍ରାମବାସୀ ଅଗ୍ନିଶମ କର୍ମଚାରିଙ୍କୁ ସମ୍ମାନିତ କରିଛନ୍ତି ।