ପ୍ରେମରୁ ଆରମ୍ଭ ହୋଇଥିଲା ସ୍କାଏ ଡାଇଭିଂ ଭଳି ଦୁଃସାହସିକ କ୍ରୀଡାର ଆରମ୍ଭ ! ୫୦୦୦ ଫୁଟ ଉଚ୍ଚତାରୁ ଡେଇଁ କରିଥିଲେ ପ୍ରେମ ନିବେଦନ ।

ପ୍ରେମରୁ ଆରମ୍ଭ ହୋଇଥିଲା ସ୍କାଏ ଡାଇଭିଂ ଭଳି ଦୁଃସାହସିକ କ୍ରୀଡାର ଆରମ୍ଭ ! ୫୦୦୦ ଫୁଟ ଉଚ୍ଚତାରୁ ଡେଇଁ କରିଥିଲେ ପ୍ରେମ ନିବେଦନ ।

ସବୁ ଲଭ ଷ୍ଟୋରୀ ଅଲଗା ହୋଇଥାଏ । ଆପଣ ଲୈଲା-ମଜନୁ,ହିର୍-ରାଞ୍ଝାଙ୍କ ପ୍ରେମ କାହାଣୀ ଶୁଣିଥିବେ । ଯାହାଙ୍କ ପ୍ରେମ ଇତିହାସର ପୃଷ୍ଠା ମଣ୍ଡନ କରିଥିଲା । ଏମିତି ଆଉ ଏକ ପ୍ରେମ କାହାଣୀ ଅଛି ଯାହା ଜଣେ ଟ୍ରେନର ଏବଂ ଛାତ୍ରଙ୍କ ମଧ୍ୟରେ ଗଢିଉଠିଥିଲା । ଏହି ଶାଶ୍ୱତ ପ୍ରେମ ପରିଶେଷରେ ଭାରତର ଲୋକମାନଙ୍କୁ ସ୍କାଏ-ଡାଇଭିଂ ଭଳି ଏକ ଦୁଃସାହସିକ କ୍ରୀଡା ଶିଖାଇବାରେ ସଫଳ ହୋଇଥିଲା ।

publive-image

ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବେ ଇଣ୍ଡିଆନ ଆର୍ମିର ଜଣେ ଯବାନ୍ ଜଣେ ବିଦେଶୀ ନଳନାଙ୍କ ପ୍ରେମରେ ପଡିଥିଲେ । ଶମସେର ନାମକ ଏହି ଯବାନ୍ ଆର୍ମି ଟ୍ରେନିଂ ସମୟରେ ପ୍ୟାରିସ ଫ୍ଲାଇ କ୍ଲବରେ ଶୋତେଲ ନାମ୍ନୀ ଜଣେ ଟ୍ରେନରଙ୍କ ସଂସ୍ପର୍ଶରେ ଆସିଥିଲେ । ଶୋତେଲଙ୍କ ବ୍ୟବହାର,ସ୍ମୀତହାସ୍ୟ ମୁଖ ଶମସେରଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିଥିଲା । ଟ୍ରେନର ହେବା ସତ୍ତେ୍ୱ ଏହି ଭାରତୀୟ ଯବାନ୍ ବିଦେଶୀନୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଶୋତେଲଙ୍କ ଜିଜ୍ଞାସା ଅନ୍ୟ କିଛି ଥିଲା । ସେ ନିଜ କ୍ୟାରିୟରରେ ଉନ୍ନତି କରିବାକୁ ଚାହୁଁଥିଲେ । ବିବାହକୁ ନେଇ ତାଙ୍କର ଏକ ସର୍ତ୍ତ ଥିଲା । ଭାରତରେ ଅତି ଉଚ୍ଚ ସ୍ଥାନରୁ ଉଡି ରେକର୍ଡ କରିବେ ଏବଂ ବିବାହ କରିବେ । ସେତେବେଳେ ଭାରତରେ ସ୍କାଏ-ଡାଇଭିଂ ଭଳି ଦୁଃସାହସିକ କ୍ରୀଡାର ଅସ୍ତିତ୍ୱ ନଥିଲା । ଶମଶେର ଇଣ୍ଡିଆନ ଆର୍ମିର କ୍ୟାପଟେନ ଥିଲେ । ବୀରତା ତାଙ୍କ ରକ୍ତରେ ଦୌଡୁଥିଲା । ଏଭଳି ପ୍ରସ୍ତାବ ବିଦେଶ ପାଇଁ ସାଧାରଣ ଥିବାବେଳେ ଭାରତ ପାଇଁ ସମ୍ପୁର୍ଣ୍ଣ ନୂଆ ଥିଲା ।

publive-image

ଶମଶେର ପ୍ରେମରେ ପାଗଳ ଥିଲେ । ପ୍ରେମିକାର ଇଚ୍ଛାକୁ ସମ୍ମାନ ଜଣାଇ ସେ ଭାରତୀୟ ଆକାଶରେ ଉଡନ୍ତା ଅବସ୍ଥାରେ ବିବାହ କରିବାକୁ ଚାହିଁଲେ । କିନ୍ତୁ ସରକାର ତାଙ୍କୁ ଏଭଳି ବିପଦପୁର୍ଣ୍ଣ ବିବାହ ପାଇଁ ମଞ୍ଜୁରୀ ଦେଇନଥିଲେ । କିନ୍ତୁ ଶମଶେରଙ୍କ ପାଇଁ ପ୍ରେମିକାର ଇଚ୍ଛା ଆଗରେ ଯେମିତି ସବୁ ତୁଚ୍ଛ ହୋଇଯାଇଥିଲା । ଭାରତରେ ପ୍ରଥମଥର ପାଇଁ ୫୦୦୦ ଉଚ୍ଚ ଫୁଟରୁ ଏହି ପ୍ରେମୀଯୁଗଳ ଏକ ସଙ୍ଗେ ଆକାଶମାର୍ଗରୁ ତଳକୁ ଲମ୍ଫ ପ୍ରଦାନ କରିଥିଲେ । ଭସା ବାଦଲରେ ଦୁଇ ପ୍ରେମ ପକ୍ଷୀ ଉଡିବା ସମୟରେ ନିଜ ପ୍ରେମମୟ ଭବିଷ୍ୟତର କଳ୍ପନା କରିଥିଲେ । ତଳକୁ ଆସିବା ପରେ ବିଳମ୍ବ ନକରି ଶମଶେର ପୁନଶ୍ଚ ପ୍ରେୟସୀ ଶୋତେଲଙ୍କୁ ପ୍ରେମ ନିବେଦନ କରିଥିଲେ । ଶମଶେର ଟ୍ରେନିଂ ସମୟରେ ସ୍କାଏ-ଡାଇଭିଂ କରିବାରେ ଯେତେ ନର୍ଭସ ହେଉଥିଲେ ଏଥର ତାଙ୍କ ମୁହଁରେ ଏଭଳି କିଛି ଜଣାପଡୁନଥିଲା । ଜଣେ ଅଭିଜ୍ଞ ବ୍ୟକ୍ତି ଭଳି ସେ ହସି ହସି ଶୋତେଲଙ୍କୁ ନିଜ ମନକଥା କହିଥିଲେ । ଏଭଳି ଜଣେ ସାହସୀ ଏବଂ ପାଗଳ ପ୍ରେମିକକୁ ପାଇ କେଉଁ ଝିଅ ଅବା ନା କହିବ! ଶୋତେଲ ତୁରନ୍ତ ଏହି ପ୍ରସ୍ତାବରେ ହଁ କହିଥିଲେ ।ସେତେବେଳେ ହଜାର ହଜାର ଲୋକ ଏହି ଦୁଃସାହସିକ କ୍ରୀଡାକୁ ଉପଭୋଗ କରିବା ସହ କରତାଳିରେ ଏହାକୁ ସ୍ୱାଗତ କରିଥିଲେ । ଏହା ପରଠାରୁ ଭାରତରେ ସ୍କାଏ-ଡାଇଭିଂ ଭଳି ଏକ ଦୁଃସାହସିକ କ୍ରୀଡାର ଅୟମାରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe