ରାଜଧାନୀରେ ଶିଶୁ ବିକ୍ରି ଘଟଣା । ମାଳିସାହିରୁ ଶିଶୁ ପୁତ୍ରକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ । ୧୦ ଦିନର ନବଜାତକକୁ ୧୦ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ।

196

କନକ ବ୍ୟୁରୋ: ରାଜଧାନୀରେ ଶିଶୁ ବିକ୍ରି ଘଟଣା । ଭୁବନେଶ୍ୱର ମାଳି ସାହିରୁ ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ । ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ । ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିଭିନ୍ନ ଅଂଚଳରେ ଅନୁସନ୍ଧାନ କରିଥିଲା ଟିମ୍ ।