ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ମାନବୀୟ ଲୀଳା । ଫୁଲୁରୀ ତେଲ ଦିଆଯିବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜୀଉ :  ଆଜି ଓଷ ଲାଗି 

273

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ମାନବୀୟ ଲୀଳା ।  ୧୦୮ ଗରା ସୁବାସିତ ଜଳରେ ଗାଧେଇବା ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଧାମୂର୍ତି । ଅଣସରପିଣ୍ଡିରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ଉପଚାର । କାଲି ପୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଓଷଲାଗି ହେବ ।  ସଂପୂର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ବେଶରେ ଦର୍ଶନ ଦେବେ ।

ସେପଟେ ରଥଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ପିଣ୍ଡିରେ ମହାବାହୁ ରହିବାର ପରମ୍ପରା ରହିଛି । ବର୍ତମାନ ସମୟରେ ଶ୍ରୀଜିଉ ମାନଙ୍କୁ ଭକ୍ତମାନେ ଦର୍ଶନ କରିପାରୁନାହାନ୍ତି । ତେବେ ନବଯୌବନ ଦର୍ଶନ ଦିନ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ ।