କନକ ବ୍ୟୁରୋ: ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଏକାଦଶୀରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗ ବେରଙ୍ଗର ପୁଷ୍ପ ,ତୁଳସୀ ଓ ବାଜିବ ଘଣ୍ଟ ଘଣ୍ଟାର ଶବ୍ଦ। ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ସବୁ ନୀତି । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ଶ୍ରୀ ମନ୍ଦିର ପରିବେଶ।

Advertisment

ଆଜି ସୁଦ୍ଧସୂଆରଙ୍କ ପକ୍ଷରୁ ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମଧ୍ୟାହ୍ନ ଧୂପ ହେବ । ଏହାପରେ ଲାଗି କରାଯାଇ ସର୍ବାଙ୍ଗ ଚନ୍ଦନ ଲାଗି କରାଯିବ। ସେପଟେ ଆସନ୍ତା କାଲି ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିବେ ଦଇତାପତି ସେବାୟତ। ଆଉ ତାପର ଦିନ ତ୍ରୟୋଦଶୀ ତିଥିରେ ଘଣାଲାଗି ନୀତି ମଙ୍ଗଳଆଳତୀ ପୂର୍ବରୁ ଶେଷ କରାଯିବ।