ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । ବଡ ବଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଉଥିବାରୁ ନିଜର ଅଧିନରେ ରଖିବାକୁ ଦେଲେ ପ୍ରସ୍ତାବ

153

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । କାରଣ ଅନେକ ସମୟରେ ଆସୁଥିବା ଅନେକ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସର ସହାୟତା ଲୋଡୁଛନ୍ତି ଓଡିଶା ଲୋକାୟୁକ୍ତ । ତେଣୁ ଏହାକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବାର୍ଷିକ ରିପୋର୍ଟରେ ଲୋକାୟୁକ୍ତ ଲେଖିଛନ୍ତି, ଏଭଳି କରିବା ଫଳରେ ଉଭୟ ଲୋକାୟୁକ୍ତ ଓ ଭିଜିଲାନ୍ସ ବିଭାଗ ଉପରେ ଲୋକଙ୍କ ବିଶ୍ୱସନୀୟତା ବଢିଯିବ ।

ଏହାବାଦ୍ ୨ ଜଣ ଆଇନ୍ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ସହ ୨ ଏକର ଜମି ଯୋଗାଇ ଦେବାକୁ ବାର୍ଷିକ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳର ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକାୟୁକ୍ତରେ ଏବେ ୭୧୩ଟି ମାମଲା ବିଚରାଧିନ ରହିଛି । ରାଜସ୍ୱ ଓ ଗୃହ ବିଭାଗ ବିରୋଧରେ ସର୍ବାଧିକ ଅଭିଯୋଗ ଥିବାରୁ ଏଗୁଡିକର ତ୍ୱରିତ୍ ବିଚାର ପାଇଁ ଇଛା କରୁଛନ୍ତି ଲୋକାୟୁକ୍ତ ।